ମୋରଡ଼ା ୨୫।୦୫ : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ । ମୃତକ ପ୍ରଶନି ନାୟକ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିକିଟାମାଟିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ଚିକିଟାମାଟିଆ ଗାଁର ବିଦ୍ୟାଧର ନାୟକ ତାଙ୍କ ସ୍ତ୍ରୀ ପ୍ରଶନି ନାୟକଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା କରିଛନ୍ତି । ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ବେଳେ ସକାଳୁ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଜାରି ରଖିଛି।
ସେପଟେ ବିଦ୍ୟାଧର କହିଛନ୍ତି ଯେ, ମୋ ସ୍ତ୍ରୀ ୨୦ ଦିନ ହେଲା ଖାଦ୍ୟ ନଖାଇ ସବୁବେଳେ ନିଶା ଖାଉଥିଲା । ତାକୁ ମୁଁ ବିରୋଧ କରିବାରୁ ବଚସା ହୋଇଥିଲା । ପରେ ମୁଁ ପିଟିଥିଲି । ଯେଉଁଥିରେ ତାର ଜୀବନ ଗଲା ।
ସେହିପରି ପରିବାର ସଦସ୍ୟ ପୋଲିସ ପାଖରେ କହିଛନ୍ତି ଯେ, ବିଦ୍ୟାଧର ପ୍ରତ୍ୟେକ ଦିନ ତାଙ୍କ ସ୍ତ୍ରୀକୁ ନିଶା ଖାଇ ପିଟୁଥିଲା । ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟର ବିଷୟ ପାଲଟିଛି । ତେବେ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ । ଏଭଳି ଅମାନୁଷିକ ଅପରାଧୀକୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ସାଧାରଣରେ ଦାବି ହେଉଛି ।
ସୂଚନାଯୋଗ୍ୟ ଯେ, ବିଦ୍ୟାଧର ତାଙ୍କ ସାନ ପୁଅ ବୋହୂକୁ ହତ୍ୟା ଅଭିଯୋଗରେ ୩ ବର୍ଷ ୨ ମାସ ଜେଲ ଦଣ୍ଡ କାଟି ମେ ୨ ତାରିଖରେ ଜେଲରୁ ବାହାରିଥିଲେ । ଏବେ ଜେଲରୁ ବାହାରି ନେଇଛନ୍ତି ସ୍ତ୍ରୀର ଜୀବନ ।