ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ହେମ୍ଲିଂ ଟନ୍‌ ସୁନ୍ଦରୀ ଆମ୍ବ ବାଗାନ: ଖାଇବାବାଲା ଖାଉଛନ୍ତି, ସରକାରଙ୍କ ଭାଗରେ ଟାକୁଆ!

ବାରିପଦା: ଏକର ଏକର ଜାଗାର ସୁନ୍ଦରୀ ଆମ୍ବ ବାଗାନ। ଯାହାର ପରିଚାଳନା ଦାୟିତ୍ବ ଟ୍ରଷ୍ଟକୁ ଦେଇଥିଲେ ତତ୍‌କାଳୀନ ମୟୂରଭଞ୍ଜ ମହାରାଜା। ଟ୍ରଷ୍ଟ ଭାଙ୍ଗିଯିବା ପରେ ବାଗାନ ଦାୟିତ୍ବ ରାଜ୍ୟ ସରକାର ନେଲେ। ତାକୁ ଲିଜ୍‌ ଦେଲେ। ହେ‌ଲେ ପରେ ଲିଜ୍‌ ପ୍ରକ୍ରିୟା ବନ୍ଦ ହୋଇଗଲା। ତଥାପି ଲିଜ୍‌ଧାରୀମାନେ ବାଗାନ ଆମ୍ବରୁ ରୋଜଗାର କରୁଥିବା ବେଳେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। କେବଳ ସେତିକି ନୁହେଁ, ଆମ୍ବ ବାଗାନର ଅନେକ ଜାଗା ଏବେ ଜବରଦଖଲକୁ ଚାଲିଯାଇଛି। ବାରିପଦା ସହର ଉପକଣ୍ଠ ପାଲବଣି ନିକଟ ମଞ୍ଚାବନ୍ଧା ଓ ଛାଞ୍ଚରେ ଥିବା ହେମ୍ଲିଂ ଟନ୍‌ ସୁନ୍ଦରୀ ଆମ୍ବ ବାଗାନର ଏ ସ୍ଥିତି।

ସୁନ୍ଦରୀ ଆମ୍ବ ପାଇଁ ମୟୂରଭଞ୍ଜର ମାଟି ଅନୁକୂଳ ଥିବାରୁ ମୟୂରଭଞ୍ଜର ତତ୍କାଳୀନ ରାଜା ପାଲବଣି ନିକଟ ମଞ୍ଚାବନ୍ଧା ଓ ଛାଞ୍ଚରେ ୯୦୦ ଏକର ଜମି ପରିମିତ ସୁନ୍ଦରୀ ଆମ୍ବ ବାଗାନ କରିଥିଲେ। ଯାହାର ରକ୍ଷଣାବେକ୍ଷଣ ପାଇଁ ହେମ୍ଲିଂ ଟନ୍ ନାମକ ଏକ ଟ୍ରଷ୍ଟ ଗଠନ କରାଯାଇଥିଲା। ଟ୍ରଷ୍ଟ କଥା ବୁଝୁଥିବା କର୍ମକର୍ତ୍ତାଙ୍କ ମୃତ୍ୟୁ ପରେ ଡ. ସୁକୁମାର ଦାସ ଏହାର ଦାୟିତ୍ବ ନେଇଥିଲେ। ଡ. ଦାସଙ୍କ ମୃତ୍ୟୁ ପରେ ଟ୍ରଷ୍ଟ ଆଉ କାମ କରି ନଥିଲା। ଫଳରେ ଆମ୍ବ ବାଗାନ ସରକାରୀ ଖାତାକୁ ଚାଲିଗଲା। ଆମ୍ବ ବାଗାନ ଟେଣ୍ଡରରେ ଦିଆଯାଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ତହବିଲକୁ ଯାଉଥିଲା। ତେବେ ପ‌ରବର୍ତ୍ତୀ ସମୟରେ ଆମ୍ବ ବାଗାନ ଆଉ ଟେଣ୍ଡର ଦିଆଗଲା ନାହିଁ। ଫଳରେ ପୂର୍ବରୁ ଟେଣ୍ଡର ନେଇଥିବା ବ୍ୟକ୍ତି ଏବେ ବି ଆମ୍ବ ବାଗାନର ହର୍ତ୍ତାକର୍ତ୍ତା ସାଜିଛନ୍ତି।

ସଂପୃକ୍ତ ଚତୁର ବ୍ୟକ୍ତିମାନେ ଆମ୍ବ ଖାଉଥିବା ବେଳେ ସରକାରଙ୍କ ଭାଗରେ ଖାଲି ଟାକୁଆ ବୋଲି ଲୋକେ କୁହାକୁହି ହେଉଛନ୍ତି। ଏପରି ସମୟରେ ସରକାର ବର୍ଷକୁ ପ୍ରାୟ ୧୦ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ଏନେଇ କାହାର ନଜର ନାହିଁ। କେବଳ ସେତିକି ନୁହେଁ, ଆମ୍ବ ବାଗାନ ଥିବା ୯୦୦ ଏକର ଜାଗା କମି କମି ଏବେ ୬୦୦ ଏକରରେ ପହଞ୍ଚିଲାଣି। କାରଣର ଅନେକ ଲୋକ ଉକ୍ତ ଜାଗାକୁ ଜବରଦଖଲ କରିଛନ୍ତି। ସେହିପରି ଆଉ କିଛି ଜାଗା ଇଡ୍‌କୋ ନେବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ତେବେ ଏହି ସମୟରେ ସୁନ୍ଦରୀ ଆମ୍ବ ପାଇଁ ପ୍ରସିଦ୍ଧ ହେମ୍ଲିଂ ଟନ୍ ବାଗାନର ସୁରକ୍ଷା ପାଇଁ ବୁଦ୍ଧିଜୀବୀମାନେ ଦାବି ଉଠାଇଛନ୍ତି। ଏ ନେଇ ବାରିପଦା ତହସିଲଦାର ବିକ୍ରମ କେଶରୀ ପରିଡ଼ାଙ୍କୁ ପଚରାଯାଇଥିଲା। ସେ କାଗଜପତ୍ର ଦେଖି କ’ଣ ହୋଇଛି ବୁଝିବା ସହ ଆମ୍ବ ବାଗାନର ସୁରକ୍ଷା ଦିଗରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।