ଅପରାଧ ରାଜ୍ୟ

ରାସ୍ତା ସମସ୍ୟା ଲାଗି ଆସିପାରିଲାନି ଆମ୍ୱୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ଯାଜପୁର ୨୫/୦୫: ଖଟିଆରେ ବୁହା ହେଲେ ରୋଗୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ୱୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳପଳାଖଳି ଗାଁରେ । ଆଜି ସକାଳେ ଗାଁର କୁଁଆର ମୁଣ୍ଡାଙ୍କ ସ୍ତ୍ରୀ ବାସନ୍ତୀ ମୁଣ୍ଡାଙ୍କ ଦେହ ହଠାତ ଅସୁସ୍ଥ ହୋଇଯିବାରୁ ଗ୍ରାମବାସୀ ତୁରନ୍ତ ସରକାରୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।

ସୂଚନା ପାଇ ତୁରନ୍ତ ତଳପଳାଖଳି ଗ୍ରାମରକୁ ଯିବା ବେଳେ ଗ୍ରାମକୁ ରାସ୍ତା ସଠିକ୍ ନଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ବହୁ ଦୂରରେ ଥିବା ରାସ୍ତାରେ ରହିଥିଲେ । ଫଳରେ ଗ୍ରାମବାସୀ ବାସନ୍ତୀ ମୁଣ୍ଡାଙ୍କୁ ଖଟିଆରେ ପାଖ ରାସ୍ତା ପର୍ଯ୍ୟନ୍ତ ବୋହି ଆଣିଥିଲେ। ଏହାପରେ ବାସନ୍ତୀ ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ତେବେ ଅଧିକ ସମୟ ବିତିଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଚିକିତ୍ସା ପାଇଁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।