ଯାଜପୁର ୨୫/୦୫: ଖଟିଆରେ ବୁହା ହେଲେ ରୋଗୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ୱୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳପଳାଖଳି ଗାଁରେ । ଆଜି ସକାଳେ ଗାଁର କୁଁଆର ମୁଣ୍ଡାଙ୍କ ସ୍ତ୍ରୀ ବାସନ୍ତୀ ମୁଣ୍ଡାଙ୍କ ଦେହ ହଠାତ ଅସୁସ୍ଥ ହୋଇଯିବାରୁ ଗ୍ରାମବାସୀ ତୁରନ୍ତ ସରକାରୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।
ସୂଚନା ପାଇ ତୁରନ୍ତ ତଳପଳାଖଳି ଗ୍ରାମରକୁ ଯିବା ବେଳେ ଗ୍ରାମକୁ ରାସ୍ତା ସଠିକ୍ ନଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ବହୁ ଦୂରରେ ଥିବା ରାସ୍ତାରେ ରହିଥିଲେ । ଫଳରେ ଗ୍ରାମବାସୀ ବାସନ୍ତୀ ମୁଣ୍ଡାଙ୍କୁ ଖଟିଆରେ ପାଖ ରାସ୍ତା ପର୍ଯ୍ୟନ୍ତ ବୋହି ଆଣିଥିଲେ। ଏହାପରେ ବାସନ୍ତୀ ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ତେବେ ଅଧିକ ସମୟ ବିତିଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଚିକିତ୍ସା ପାଇଁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।