କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଜ୍ଞାନବାପି ମସଜିଦ ମାମଲା: ମେ’ ୨୬ରେ ମୁସଲିମ ପକ୍ଷ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପି-ଶ୍ରୀଙ୍ଗାର ଗୌରୀ ପରିସରର ବୈଧତା ପ୍ରସଙ୍ଗରେ ଶୁଣାଣି ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାରଣାସୀ ଜିଲ୍ଲା କୋର୍ଟର ବିଚାରପତି ଏ କେ ବିଶ୍ବେସ ଏହି ମାମଲାର ଶୁଣାଣି କରିବେ। ଅନ୍ୟପକ୍ଷେ କୋର୍ଟ ଜ୍ଞାନବାପି ମସଜିଦ ମାମଲାରେ ଦାଖଲ ହୋଇଥିବା ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ନେଇ ଉଭୟ ହିନ୍ଦୁ ଓ ମୁସ୍‌ଲିମ ପକ୍ଷ ସେମାନଙ୍କ ଅଭିଯୋଗ ଦାଖଲ କରିବାପାଇଁ କୋର୍ଟ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି। ଗତକାଲି ପ୍ରଥମ ପର୍ଯ୍ୟାୟ ଶୁଣାଣି ଶେଷ ହୋଇଥିବା ବେଳେ ଆସନ୍ତା ୨୬ ତାରିଖରେ କୋର୍ଟ ଏହି ମାମଲ‌ାର ପରବର୍ତ୍ତୀ ଶୁଣାଣି କରିବେ। କୋର୍ଟ ମେ’ ୨୬ରେ ପ୍ରଥମେ ମୁସଲିମ ପକ୍ଷର ଆବେଦନ ଶୁଣିବେ। ମସଜିଦ କମିଟିର ଆବେଦନ ଅନୁଯାୟୀ ଗତ ସପ୍ତାହରେ ମସଜିଦ୍‌ ପରିସରରେ ହୋଇଥିବା ଭିଡିଓଗ୍ରାଫି ସର୍ଭେ ବେଆଇନ। ମସଜିଦ୍‌ ପରିସରରେ ଭିଡିଓଗ୍ରାଫି ୧୯୯୧ ଆଇନର ଉଲ୍ଲଂଘନ କରୁଛି ବୋଲି ଆବେଦନରେ ଦର୍ଶାଯାଇଛି। ମସଜିଦ୍‌ କମିଟି ଏହାର ବୈଧତା ପ୍ରସଙ୍ଗକୁ ପ୍ରଥମେ ଶୁଣାଣି ପାଇଁ କହିଥିଲେ ଏବଂ କୋର୍ଟ ଏଥିରେ ରାଜି ହୋଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ