ଅପରାଧ ରାଜ୍ୟ

ବାଲେଶ୍ଵର ଫଳକ ଦୁର୍ନୀତି: ଖବର ପ୍ରସାରଣ ପରେ ଚେଇଁ ଉଠିଲା ଭିଜିଲାନ୍ସ, ତଦନ୍ତ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ

ବାଲେଶ୍ଵର: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେଇଁ ଉଠିଛି ତଦନ୍ତକାରୀ ସଂସ୍ଥା ଭିଜିଲାନ୍ସ। ବାଲେଶ୍ବର ଜିଲ୍ଲା ଫଳକ କିଣା ଦୁର୍ନୀତି ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିବା ଭିଜିଲାନ୍ସ ଅତିରିକ୍ତ ଏସପି ମହେଶ୍ଵର ସେଠୀ କହିଛନ୍ତି । ଫଳକ କିଣାରେ ପାଂଚ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ପ୍ରଥମେ ନ୍ୟୁଜ୍୭ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ତତ୍ପର ହୋଇ ଉଠିଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ, ଯେଉଁ ଫଳକକୁ ଭଦ୍ରକ ଜିଲ୍ଲାରେ ପଚାଶ ଟଙ୍କାରେ କିଣା ଯାଇଛି, ସେହି ଫଳକକୁ ବାଲେଶ୍ବର ଜିଲ୍ଲାରେ ୪୩୭ଟଙ୍କାରେ କିଣା ହୋଇଛି, ତାହା ପୁଣି ନିମ୍ନ ମାନର । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୯୦ଟଙ୍କାରେ ଆଉ ନବରଙ୍ଗପୁର ଜିଲ୍ଲାରେ ୬୭ରୁ ୭୯ଟଙ୍କାରେ ଏହି ଫଳକ କିଣା ଯାଇଛି । ଏସବୁ ହେଉଛି ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଘରର ଫଳକ । ବାଲେଶ୍ବର ଜିଲ୍ଲାରେ ଏହି ଫଳକ କିଣାରେ ବଡ ଧରଣର ଦୁର୍ନୀତି ହୋଇଛି ।

ବିଜୁ ପକ୍କାଘର ହେଉ କି ପ୍ରଧାନମନ୍ତ୍ରୀ ଆବାସ ହେଉ ବା ଇନ୍ଦିରା ଆବାସ , ଏହି ଘର ନିର୍ମାଣ ଶେଷ ହେବା ପରେ ଏକ ଫଳକ ଲାଗିଥାଏ । ଏଥିପାଇଁ ସରକାର ସ୍ଵତନ୍ତ୍ର ଅନୁଦାନ ଦେଇଥାନ୍ତି । ଏହାର ସୁଯୋଗ ନେଇ ଟଙ୍କା ଚଳୁ କରିଛନ୍ତି ବାଲେଶ୍ଵରର ପିଡି ଆଉ ବିଡିଓ । ଛୋଟିଆ ଫଳକ, କାହାରି ନଜରକୁ ଆସିବ ନାହିଁ ବୋଲି ବାବୁମାନେ ଭାବି କୋଟି କୋଟି ଟଙ୍କା ଚଳୁ କି ଦେଇଥିଲେ । ତେବେ ଏନେଇ ନ୍ୟୁଜ୍7ରେ ସର୍ବପ୍ରଥମେ ଖବର ପ୍ରକାଶ ପାଇଥିଲା। ଦେଢ ଫୁଟରେ ଦେଢ ଫୁଟ ପତଳା ମାର୍ବଲ ଉପରେ ସ୍କ୍ରିନ ପ୍ରିଂଟ ଫଳକକୁ କିଣା ଯାଇଛି ୪୩୭ ଟଙ୍କାରେ । ଯାହାର ମାର୍କେଟ ମୂଲ୍ୟ ୪୦ ଟଙ୍କା ରହିଛି। ଏହି ପରି ପ୍ରାୟ ଏକ ଲକ୍ଷ ୮୦ ହଜାର ଫଳକ ବାଲେଶ୍ବର ଜିଲ୍ଲାରେ କିଣା ଯାଇଛି । ମୋଟା ଅଙ୍କର ଦୁର୍ନୀତି ହୋଇଥିବା କଥାକୁ ବାଲେଶ୍ବର ଜିଲ୍ଲାପରିଷଦ ଅଧ୍ୟକ୍ଷ ମଧ୍ୟ ସ୍ଵୀକାର କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।