ରୋହତକ ୨୪/୦୫: ହରିୟାଣାର ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ହତ୍ୟା । ରୋହତକର ରାଜପଥ ନିକଟରୁ ମିଳିଛି ମୃତଦେହ । ହତ୍ୟାପରେ କେହି ଫୋପାଡିଦେଇଥିବା ଅନୁମାନ । ପ୍ରାୟ ଦୁଇ ସପ୍ତାହ ଧରି ନିଖୋଜ ଥିବା ନିଖୋଜ ଥିଲେ ହରିୟାଣାର କଣ୍ଠଶିଳ୍ପୀ ସଂଗୀତା । ନିଖୋଜ ହେବା ପରେ ପରିବାର ଲୋକେ ତାଙ୍କ ସହ କାମ କରୁଥିବା ରବି ଏବଂ ରୋହିତଙ୍କ ନାଁରେ ଅପହରଣ ପରେ ହତ୍ୟା କରିବା ନେଇ କରିଥିଲେ ଅଭିଯୋଗ ।
ଫଳରେ ରବି ଓ ରୋହିତଙ୍କୁ ଗିରଫ କରିଛି ପୋଲିସ । ଏଥିସହିତ ସଙ୍ଗୀତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଛି ପୋଲିସ । ଏହି ହତ୍ୟାକାଣ୍ଡ ବିଷୟରେ ସୂଚନା ଦେଇ ମେହମ୍ ପୋଲିସର ଏସଆଇ ବିକାଶ କହିଛନ୍ତି ଯେ ସଂଗୀତା ୧୨ ଦିନ ଧରି ନିଖୋଜ ଥିଲେ । ଏବେ ସେ ତାହ୍କ ମୃତେଦହ ଉଦ୍ଧାର ହୋଇଛି ।
ପୋଲିସର ସୂଚନାନୁସାରେ, ହରିୟାଣାର ଗାୟିକ ସଂଗୀତା ଦିଲ୍ଲୀରେ ରହୁଥିଲେ । ତାଙ୍କ ପରିବାର ତାଙ୍କୁ ଶେଷ ଥର ପାଇଁ ୧୧ ମେରେ ଦେଖିଥିଲେ । ଏହାର ତିନି ଦିନ ପରେ ଅପହରଣ ହୋଇଥିବା ନେଇ ରୁଜୁ ହୋଇଥିଲା ମାମଲା ।
ପରିବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ କାମ କରୁଥିବା ରବି ଏବଂ ରୋହିତ ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ଅପହରଣ ପରେ ହତ୍ୟା କରିଥିଲେ । ଗତକାଲି ସଂଗୀତାଙ୍କ ମୃତଦେହ ହରିୟାଣା ରାଜ୍ୟର ରୋହତକ ଜିଲ୍ଲାର ଏକ ରାଜପଥ ନିକଟରେ ମିଳିଥିଲା ଯେଉଁଠାରେ ତାଙ୍କୁ ହତ୍ୟାପରେ ପୋତିଦିଆଯାଇଥିଲା ।