ଅପରାଧ ରାଜ୍ୟ

ବଞ୍ଚିବା ଏକାଠି, ମରିବା ବି ଏକାଠି : ଗଛରେ ଝୁଲିପଡ଼ିଲେ ପ୍ରେମୀ ଯୁଗଳ

ସାନଖେମୁଣ୍ଡି ୨୪।୦୫ : ବଞ୍ଚିବା ଏକାଠି, ମରିବା ବି ଏକାଠି । ଏମିତି କିଛି କହି ଗଛରେ ଝୁଲିପଡ଼ିଲେ ପ୍ରେମୀ ଯୁଗଳ। ପ୍ରେମିକର ଆତ୍ମହତ୍ୟା ପରେ ପ୍ରେମିକାର ଆତ୍ମହତ୍ୟା। ଗଞ୍ଜାମ ଜରଡ଼ା ଥାନା ସାମନ୍ତରାୟପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ, କୌଣସି କାରଣକୁ ନେଇ ପ୍ରେମିକ ବେକରେ ରଶି ଲଗା ଆତ୍ମହତ୍ୟା କରିଥିଲା । ଏହାଦେଖି ପ୍ରେମିକା ଜଣଙ୍କ ପ୍ରେମିକର ମର ଶରୀର ନିକଟରେ କିଛି ସମୟ ଧରି କାନ୍ଦିବା ସହିତ ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଗାଁ ଆମ୍ବତୋଟାରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଜରଡା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ତେବେ ଉଭୟ କଣ ପାଇଁ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାରେ ପୋଲିସର ତଦନ୍ତ ଆଉ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରହସ୍ୟ ଉପରୁ ପରଦା ହଟିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।