ଅପରାଧ ମନୋରଞ୍ଜନ ରାଜ୍ୟ

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, କଟକ SDJM କୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ ୨୪/୦୫: ଷ୍ଟାର୍ ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଉପରେ ଆଜି ଏସଡିଜେଏମ୍ ଙ୍କ ଅଦାଲତରେ ଶୁଣାଣୀ ହୋଇଛି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନର ଶୁଣାଣୀ ଶେଷ କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ନିଜ ପିଟିସନ ରେ ଅନୁଭବ ଉଲ୍ଲେଖ କରିଥିଲେକି, ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ ।

ସେ ବାବଦୀୟ ଖର୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । ଯାହା ଉପରେ କୋର୍ଟ ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କଟକ ଏସଡିଜେ ଏମ୍ କୋର୍ଟ । ବର୍ଷା ପାରିବାରିକ ହିଂସାର ଶୀକାର ହେଉଥିବାର ଅଭିଯୋଗ ଆଣି ପ୍ରଥମେ ଏସ ଡି ଜେ ଏମ୍ କୋର୍ଟରେ ଏକ ମାମଲା ଦାୟର କରିଥିଲେ ।

ଉକ୍ତ ଆବେଦନଟି କୋର୍ଟରେ ବିଚାରାଧୀନ ଥିବା ବେଳେ , ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା , ଯାହା ଉପରେ ଆଜି ଶୁଣାଣୀ ଶେଷ ହୋଇଛି , ତେବେ ଅନୁଭବ ସୋସିଆଲ ମିଡ଼ିଆରେ ଅନେକ ଆପତ୍ତିଜନକ କଥା ଉଠାଇଛନ୍ତି , ଯାହା ତାଙ୍କର ଚରିତ୍ର ସଂହାର କରୁଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରି ଆଜି ବର୍ଷାଙ୍କ ତରଫରୁ ଏସ ଡି ଜେ ଏମ୍ କୋର୍ଟରେ ସାନି ପିଟିସନ ଦାୟର ହୋଇଛି । ଏହା ଭିତରେ ଅନୁଭବ ତାଙ୍କ ବାପା ଓ ମା ଙ୍କ ସହ ଅନ୍ୟତ୍ର ରହୁଥିବା ବେଳେ ତାଙ୍କ ନନ୍ଦିସାହି ସ୍ଥିତ ବାସଭବନରେ ରହୁଛନ୍ତି ବର୍ଷା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ