ଅପରାଧ ରାଜ୍ୟ

ପୋଖରୀରେ ଭାସୁଛି ନରକଙ୍କାଳ, ପୋଲିସ ଖୋଜୁଛି ପରିଚୟ

ବରଗଡ଼ ୨୪।୦୫ : ପୋଖରୀରେ ନରକଙ୍କାଳ । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଗର୍ଭଣା ଭଙ୍ଗାକଟା (ପୋଖରୀ)ରୁ ଜବତ ହୋଇଛି ନରକଙ୍କାଳ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ଦିନ ମାଛ ଧରାଳିମାନେ ମାଛ ଧରୁଥିଲେ । ଠିକ୍‌ ଏହି ସମୟରେ ପୋଖରୀର ଏକ ବୁଦା ନିକଟରେ ନରକଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ସେମାନେ ସୋହେଲା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ପୋଖରୀରେ ପଡିଥିବା କଙ୍କାଳରେ ଏବେବି ମାଂସ ଲାଗି ରହିଛି । ମହିଳାମାନେ ବ୍ୟବହାର କରୁଥିବା ବସ୍ତ୍ର ମଧ୍ୟ କଙ୍କାଳରେ ଗୁଡାଇ ହୋଇଛି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ କଙ୍କାଳର ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯିବ ବୋଲି ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।