କଳା ଓ ସଂସ୍କୃତି

କିଙ୍ଗ୍ସ ଜିତିଲା ଶେଷ ଲିଗ୍ ମ୍ୟାଚ୍: ମଙ୍ଗଳବାର ଗୁଜରାଟ-ରାଜସ୍ଥାନ ପ୍ରଥମ କ୍ବାଲିଫାୟର

ମମ୍ବାଇ: ଚଳିତ ଆଇପିଏଲ୍‌ର ‌୭୦ତମ ତଥା ଶେଷ ଲିଗ୍ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପଞ୍ଜାବ କିଙ୍ଗ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି। ଫଳରେ ୧୪ ମ୍ୟାଚ୍‌ରୁ ୭ ଲେଖାଏଁ ଜୟ-ପରାଜୟ ପାଇ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ ୧୪ ମ୍ୟାଚ୍‌ରୁ ୬ ବିଜୟ ଏବଂ ୮ ପରାଜୟ ସହ ଅଷ୍ଟମ ସ୍ଥାନରେ ରହିଛି। ୧୦ ଦଳୀୟ ପ୍ରତିଯୋଗିତାରେ ପୂର୍ବରୁ ଗୁଜୁରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ୍‌କୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ପଞ୍ଚମରୁ ଦଶମ ସ୍ଥାନରେ ରହି ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବିଦାୟ ନେଇଛନ୍ତି।

ରବିବାରର ଗୁରୁତ୍ବହୀନ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରତିପକ୍ଷ ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ୧୫୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଜାବ ଯାହାକୁ ୪.୫ ଓଭର ପୂର୍ବରୁ ୫ ୱିକେଟ୍ ବିନିମୟରେ ହାସଲ କରି ନେଇଥିଲା। ଲିଆମ ଲିଭିଂଷ୍ଟାନ୍ ବିସ୍ଫୋରକ ୪୯* ରନ୍ କରିଥିଲା ବେଳେ ଶିଖର ଧାୱନ୍ ୩୯ ରନ୍‌ର ଯୋଗଦାନ ଦେଇଥିଲେ।

ହାଇଦ୍ରାବାଦ ଶନିବାର ଟସ୍ ଜିତି ବ୍ୟାଟିଂ କରିଥିଲା। ତେବେ ମାତ୍ର ୧୪ ରନ୍‌ରେ ଓପନର ପ୍ରିୟମ୍ ଗର୍ଗଙ୍କୁ ହରାଇଥିଲା। ଏହା ପରେ ଅଭିଷେକ ଶର୍ମାଙ୍କ ୪୩ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୫୭ ରନ୍ କରିପାରିଥିଲା। ନିୟମିତ ଅଧିନାୟକ କେନ୍ ୱିଲିୟମସନ୍‌ଙ୍କ ବିନା ପଡ଼ିଆକୁ ଓହ୍ଲାଇଥିବା ସନ୍‌ରାଇଜର୍ସର ଅନ୍ୟକୌଣସି ବ୍ୟାଟର୍ ଆଶାଜନକ ରନ୍ କରି ପାରି ନଥିଲେ। ୱିଲିୟମସନ୍‌ଙ୍କ ଅନୁପସ୍ଥିତିରେ ଭୁବନେଶ୍ବର କୁମାର ଦଳର ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ତେବେ ନାଥନ ଏଲିସ୍ ଏବଂ ହରପ୍ରୀତ ବ୍ରାର୍ ନିଜ ନିଜ ମଧ୍ୟରେ ୬ ୱିକେଟ୍ ବାଣ୍ଟିନେଇ ସନ୍‌ରାଇଜର୍ସକୁ ବଡ଼ ସ୍କୋର କରିବାରୁ ରୋକି ଥିଲେ। ଚଳିତ ଆଇପିଏଲ୍‌ର ଏହି ଶେଷ ଲିଗ୍ ମ୍ୟାଚ୍‌ରେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଥିବା ସନ୍‌ରାଇଜର୍ସ ମୁଣ୍ଡ ଉପରେ କୌଣସି ଚାପ ନଥି‌ଲେ ମଧ୍ୟ ଏହାର ଅଧିକାଂଶ ଯୁବ ବ୍ୟାଟର୍ ଏଥିରୁ କୌଣସି ଫାଇଦା ଉଠାଇ ପାରି ନଥିଲେ। ୨୬ ରନ୍‌ ଦେଇ ୩ ୱିକେଟ୍‌ କରାୟତ୍ତ କରିଥିବା ହରପ୍ରୀତ ବ୍ରାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,