ଅପରାଧ ରାଜ୍ୟ

ଠାକୁରମୁଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା: କଲଭର୍ଟରେ ପିଟି ହେଲା ବୋଲେରୋ, ୨ ମୃତ, ୩ ଗୁରୁତର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ କଲଭର୍ଟରେ ଏକ ବୋଲେରୋ ପିଟି ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଦୁଇ ମୃତକ ହେଲେ କ୍ଷେତ୍ରବାସୀ ମହାରଣା(୩୬) ଓ କୁଳମଣି ଦାସ(୫୦)। ଖାଲିସେତିକି ନୁହେଁ ବୋଲେରୋରେ ଥିବା ଚାଳକଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ। ଏମାନେ ଗୋଡ଼ଭଙ୍ଗା ଅଞ୍ଚଳର ବୋଲି ଜଣାଯାଇଛି।

ସେମାନଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାର ସୂଚନା ରହିଛି। ଏହି ଲୋକମାନେ ଏକ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଛି।

ଘଟଣାରୁ ପ୍ରକାଶଯେ, ୨୨ ତାରିଖରେ ଠାକୁରମୁଣ୍ଡା ବ୍ଲକ ଧାତିକଡିହା ଗ୍ରାମପଞ୍ଚାୟତ ଗୋଡ଼ଭଙ୍ଗା ଗ୍ରାମରୁ ବର ଏବଂ ବରଯାତ୍ରୀ ଶୁକୃଳି ବ୍ଲକ ଭାଲିଆଡିହା ଗ୍ରାମକୁ ଯାଇଥିଲେ। ବିବାହ ଭୋଜିରୁ ଫେରିବା ବେଳେ ଠାକୁରମୁଣ୍ଡାରୁ ୭ କିମି ପରେ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବା ଫଳରେ ବୋଲେରୋ ଓଲଟି ପଡ଼ିବାରୁ ଅନେକ ଗୁରୁତର ହୋଇ ପଡ଼ିଥିଲେ। ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି।

ଛାତିରେ ଆଘାତ ଗୁରୁତର ପାର୍ଥ ମହାରଣାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ କ୍ଷେତ୍ରବାସୀ ମହାରଣା (୩୬) ଘଟଣାସ୍ଥଳରେ ମୃତ୍ୟୁ ହୋଇସାରିଥିଲା। ଡାକ୍ତରଖାନାରେ କୁଳମଣି ଦାସ (୫୦)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଡ୍ରାଇଭର ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଠାକୁରମୁଣ୍ଡା ପୁଲିସକେଶ ନଂ ୪୮ /୨୨ ଏକ ମକଦ୍ଦମା କରି ଦୁର୍ଘଟଣାଗ୍ରସ୍ତ ବୋଲେର (ଓଡି୨ ବିଡି ୬୨୭୨)କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଆନନ୍ଦପୁର ପଠାଇ ଥିବାର ଜଣାପଡ଼ିଛି। ଗୋଡ଼ଭଙ୍ଗା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।