ଅପରାଧ ଦେଶ ବିଦେଶ

ଦିଲ୍ଲୀରେ ମାଆ ଓ ଦୁଇ ଝିଅଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ ବିହାରରେ ଜଣେ ମାଆ ଏବଂ ତାଙ୍କର ଦୁଇ ଝିଅ ଆତ୍ମହତ୍ୟା କରିଛନ୍ତି। ଶ୍ବାସରୁଦ୍ଧ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଇ-କମର୍ସ ସାଇଟ୍‌ରୁ ଚୁଲି ଏବଂ ଅଙ୍ଗାର କିଣି ଘରର କବାଟ ଓ ଝରକା ବନ୍ଦ କରି ସେମାନେ ଏଭଳି କାଣ୍ଡ ଘଟାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ଘଟଣାସ୍ଥଳରୁ ପୁଲିସ ୪ଟି ସନ୍ଦିଗ୍ଧ ସୁଇସାଇଡ୍ ନୋଟ ସଂଗ୍ରହ କରିଛି। ମୃତକ ମାଆ ଓ ଝିଅଙ୍କ ପରିଚୟ ମିଳିଛି। ମାଆଙ୍କ ନାମ ମଞ୍ଜୁ (୫୪) ହୋଇଥିବାବେଳେ ଝିଅ ନାମ ଅଙ୍କିତା (୨୭) ଏବଂ ଅଙ୍କୁ (୨୫)। ଗତବର୍ଷ ଏପ୍ରିଲରେ ସଂପୃକ୍ତ ମହିଳାଙ୍କ ସ୍ବାମୀ କରୋନାରେ ପ୍ରାଣ ହରାଇଥିଲେ। ସେବେଠାରୁ ପରିବାର ଅବସାଦଗ୍ରସ୍ତ ଥିଲେ। ଅସୁସ୍ଥତା କାରଣରୁ ମଞ୍ଜୁ ଶଯ୍ୟାଶାୟୀ ରହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ