ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ ବିହାରରେ ଜଣେ ମାଆ ଏବଂ ତାଙ୍କର ଦୁଇ ଝିଅ ଆତ୍ମହତ୍ୟା କରିଛନ୍ତି। ଶ୍ବାସରୁଦ୍ଧ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଇ-କମର୍ସ ସାଇଟ୍ରୁ ଚୁଲି ଏବଂ ଅଙ୍ଗାର କିଣି ଘରର କବାଟ ଓ ଝରକା ବନ୍ଦ କରି ସେମାନେ ଏଭଳି କାଣ୍ଡ ଘଟାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ଘଟଣାସ୍ଥଳରୁ ପୁଲିସ ୪ଟି ସନ୍ଦିଗ୍ଧ ସୁଇସାଇଡ୍ ନୋଟ ସଂଗ୍ରହ କରିଛି। ମୃତକ ମାଆ ଓ ଝିଅଙ୍କ ପରିଚୟ ମିଳିଛି। ମାଆଙ୍କ ନାମ ମଞ୍ଜୁ (୫୪) ହୋଇଥିବାବେଳେ ଝିଅ ନାମ ଅଙ୍କିତା (୨୭) ଏବଂ ଅଙ୍କୁ (୨୫)। ଗତବର୍ଷ ଏପ୍ରିଲରେ ସଂପୃକ୍ତ ମହିଳାଙ୍କ ସ୍ବାମୀ କରୋନାରେ ପ୍ରାଣ ହରାଇଥିଲେ। ସେବେଠାରୁ ପରିବାର ଅବସାଦଗ୍ରସ୍ତ ଥିଲେ। ଅସୁସ୍ଥତା କାରଣରୁ ମଞ୍ଜୁ ଶଯ୍ୟାଶାୟୀ ରହିଥିଲେ।
Trending
- ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି
- ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ
- ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ଼: ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
- ଚାଟ ଖାଇବା ପରେ ପ୍ରସ୍ତୁତି ପ୍ରଣାଳୀ ପଚାରି ବୁଝିଲେ ନୀତା
- ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆରମ୍ଭ
- ବାଚସ୍ପତି କେ. ସୁରେଶଙ୍କ ନାମାଙ୍କନ ଉପରେ ହସ୍ତାକ୍ଷର କଲେନି ଟିଏମସିର କୌଣସି ସାଂସଦ
- ଗୁଣିଆକୁ ଭରସା କରି ଚାଲିଗଲା ଅମୂଲ୍ୟ ଜୀବନ
- ବାଚସ୍ପତି ପଦ ପାଇଁ ଏନ୍ଡିଏରୁ ଓମ୍ ବିର୍ଲା ଓ ବିରୋଧୀ ପକ୍ଷରୁ କେ ସୁରେଶ
Wednesday, June 26