ଅପରାଧ ରାଜ୍ୟ

​ଡାକ୍ତରୀ ଆଡମିସନ୍ ନାଁରେ ୩୨ଲକ୍ଷ ଠକେଇ: ୨ ଅଣଓଡ଼ିଆ ଠକ ଗିରଫ

ଚନ୍ଦ୍ରଶେଖରପୁର : ବଡ଼ବଡ଼ ମେଡିକାଲ କଲେଜର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଉଥିଲେ। ତାରକା ହୋଟେଲରେ ରହିବା ସହ ବିଳାସପୂର୍ଣ୍ଣ କାର୍‌ରେ ଯିବା ଆସିବା କରୁଥିଲେ। ଠକେଇ ଟଙ୍କାରେ ବିମାନରେ ଉଡ଼ି ଅଏସ କରୁଥିଲେ। ବେଶ ପୋଷାକରୁ ବେଶ୍‌ ସମ୍ଭ୍ରାନ୍ତ ଲାଗୁଥିବା ଏହି ଦୁଇ ବ୍ୟକ୍ତି ପ୍ରକୃତରେ ଥିଲେ ଠକ। ଏଭଳି ଦୁଇ ଠକଙ୍କୁ ଇନ୍‌ଫୋସିଟି ଥାନା ପୁଲିସ କୋଲକାତା ଓ ବିହାରରୁ ଗିରଫ କରିଛି। ଏମାନେ ଜଣେ ଛାତ୍ରୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

ଗିରଫ ଦୁଇ ଠକ ହେଲେ କୋଲକାତା ହାଓଡ଼ାର ଅମିତ ବାନାର୍ଜୀ (୪୪) ଏବଂ ବିହାର ଦରଭଙ୍ଗାର ଡା. ବିକାଶ ରଂଜନ (୩୯)। ଶନିବାର ଦିନ ସେମାନଙ୍କୁ ପୁଲିସ ଭୁବନେଶ୍ବର ଆଣି କୋର୍ଟ ଚାଲାଣ କରିଛି। ଗିରଫ ବେଳେ ପୁଲିସ ସେମାନଙ୍କ ଘରେ ଚଢ଼ଉ କରି ୯ଟି ମୋବାଇଲ, ୨ଟି ଲାପ୍‌ଟପ ସହିତ ୧୦ ଲକ୍ଷ ୨୯ ହଜାର ୫ଶହ ଟଙ୍କା ଜବତ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।