ଅପରାଧ ରାଜ୍ୟ

ବାଇକକୁ ପଛରୁ ଧକ୍କା ଦେଲା ତେଲ ଟ୍ୟାଙ୍କର; ଜଣେ ମୃତ, ଦୁଇ ଗୁରୁତର

ବୈପାରିଗୁଡା: ବାଇକକୁ ପଛ ପଟରୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ତିନି ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଘଟଣା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଡଡୁରାଲ ପଞ୍ଚାୟତର କଟନିପଦର ଗ୍ରାମର ଶୁକ୍ରା ହନ୍ତାଳ (୪୫) ପୁଅ ଚଇତନ ହନ୍ତାଳ (୨୫) ଏବଂ ଜ୍ବାଇଁ ସମରା ଖିଲ (୩୫) ଏକ ବାଇକ୍ ଯୋଗେ କୋରାପୁଟ ଜିଲ୍ଲା ବୈପାରିଗୁଡା ଆଡ଼କୁ ଆସୁଥିବା ବେଳେ କୁରୁଲୁଗାଡ ବ୍ରିଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମାଲକାନଗିରିରୁ ଜୟପୁର ଯାଉଥିବା ଓଡି ୫ଟି ୯୫୩୯ ନମ୍ବର ବିଶିଷ୍ଟ ଏକ ତେଲ ଟ୍ୟାଙ୍କର ପଛପଟୁ ଧକ୍କା ଦେବା ଫଳରେ ତିନି ଜଣ ଯାକ ବାଇକରୁ ଛିଟିକି ପଡ଼ିଥିଲେ। ପୁଅ ଚଇତନ ସାମାନ୍ୟ ଆହତ ପାଇଥିବା ବେଳେ ବାପା ଶୁକ୍ରାଙ୍କର ବାମ ଗୋଡ଼ ଏବଂ ବାମ ହାତ ଭାଙ୍ଗି ଯାଇଛି। ଜ୍ୱାଇଁ ସମରାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ଗୋଡ଼ ଭାଙ୍ଗି ଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବୈପାରିଗୁଡା ଥାନା ଏବଂ ଡାକ୍ତରଖାନାକୁ ଫୋନ୍ ଯୋଗେ ଜଣାଇଥିଲେ।

ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ତିନି ଆହତଙ୍କୁ ବୈପାରିଗୁଡା ଡାକ୍ତରଖାନାକୁ ଆଣିବା ପରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ସମୟରେ ଶୁକ୍ରା ହନ୍ତାଳଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ। ପୁଲିସ ଏଏସ୍ଆଇ ସୁବ୍ରତ କୁମାର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଏବଂ ତେଲ ଟ୍ୟାଙ୍କରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।