ଅପରାଧ ରାଜ୍ୟ

ସୁରତରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ଭୁବନେଶ୍ବର : ସୁରତର ସୂତାକଳରେ କାମ କରିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କୁ ସେଠାରେ ହତ୍ୟା କରାଯାଇଛି। ସେ ହେଲେ, ଗଂଜାମ ଜିଲ୍ଲା ଭଂଜନଗର ବଡ଼କୋଦଣ୍ଡାର ରବୀନ୍ଦ୍ର ସ୍ବାଇଁ। ତାଙ୍କ ମୃତଦେହ ସୁରତରେ ଥିବା ଏକ ଜଙ୍ଗଲରୁ ପୁଲିସ ଉଦ୍ଧାର କରିଛି।

ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ରବୀନ୍ଦ୍ର ଗତ ଅଗଷ୍ଟରୁ ସୁରତ କାମ କରିବାକୁ ଯାଇଥିଲେ। ଗତ ୧୩ ତାରିଖରେ ରବୀନ୍ଦ୍ରଙ୍କ ଶାଳୀର ବାହାଘର ଥିଲା। ଏଥିପାଇଁ ସେ ଭୁବନେଶ୍ବର ଆସିବାର ଥିଲା। ମାତ୍ର କୌଣସି କାରଣକୁ ନେଇ ରବୀନ୍ଦ୍ର ବାହାଘରକୁ ଆସିବେ ନାହିଁ ବୋଲି ପରିବାରଲୋକଙ୍କୁ କହିଥିଲେ। ପରେ ଗତ ୩ଦିନ ହେଲା ରବୀନ୍ଦ୍ରଙ୍କୁ ପରିବାରଲୋକେ ଯୋଗାଯୋଗ କରୁଥିଲେ ହେଁ ତାଙ୍କ ନମ୍ବର ଲାଗୁନଥିଲା। ନେଟଵର୍କ ବା ମୋବାଇଲ୍ ସମସ୍ୟା ଥିବା କହି ପରିବାରଲୋକେ ସେତେ ଗୁରୁତ୍ବ ଦେଇନଥିଲେ।

ତେବେ ଆଜି ରାତିରେ ସୁରତ ପୁଲିସ ରବୀନ୍ଦ୍ରଙ୍କ ପରିବାରଲୋକକୁ ତାଙ୍କ ମୃତଦେହ ମିଳିଥିବା ସୂଚନା ଦେଇଥିଲା। ପ୍ରାଥମିକ ତଦନ୍ତ କରି ପୁଲିସ ସୂଚନା ଦେଇଛି, ତାଙ୍କ ମୁଣ୍ଡ, ମୁହଁ ଓ ଆଖିରେ ଆଘାତ ଲାଗିଛି। ସେ ଯେଉଁଠାରେ ପଡ଼ିଛନ୍ତି, ସେଠାରେ ରକ୍ତ ବା ଅନ୍ୟାନ୍ୟ କୌଣସି ଜିନିଷ ପଡ଼ିନଥିବାରୁ ତାଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିବା ପୁଲିସ ଅନୁମାନ କରୁଛି। ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ରବୀନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆସନ୍ତାକାଲି ପରିବାରଲୋକ ସୁରତ ଯିବା ପରେ ପୁଲିସ ମାମଲା ରୁଜୁ କରି ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରିବ ବୋଲି ସୂଚନା ଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।