ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆସାମ ବନ୍ୟାରେ ୭ ଲକ୍ଷ ପ୍ରଭାବିତ: ବଜ୍ରପାତ ନେଲା ୩୩ ଜୀବନ, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ପାଟନା: ବିହାରରେ ପ୍ରବଳ ବର୍ଷା, ଝଡ଼ତୋଫାନ ଏବଂ ବଜ୍ରପାତ ଯୋଗୁଁ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ବିହାରର ୧୬ଟି ଜିଲ୍ଲାରେ ପ୍ରକୃତିର ଏଭଳି ତାଣ୍ଡବରେ ଶତାଧିକ ଘର ଛାରଖାର ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଦେବାପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପାଟନା ସ୍ଥିତ ମାନେର ସହରର ଗଙ୍ଗା ନଦୀରେ ଆଜି ପ୍ରବଳ ପବନ ଯୋଗୁଁ ୩ଟି ଡଙ୍ଗା‌ ବୁଡ଼ିଯାଇଛି। କିନ୍ତୁ ୪୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆସାମ‌ରେ ମଧ୍ୟ ବନ୍ୟା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ୭ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

କଚାର, ଲକ୍ଷ୍ମୀପୁର ଏବଂ ନାଗାଓଁ ଜିଲ୍ଲାରେ ୨ ଶିଶୁଙ୍କ ସମେତ ୪ ଜଣଙ୍କର ବନ୍ୟା ଜଳରେ ବୁଡ଼ିଯାଇ ମୃତ୍ୟୁ ହୋଇଛି। ଆସାମର ବିଭିନ୍ନ ଜିଲ୍ଲାରେ ବନ୍ୟା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୂସ୍ଖଳନ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ୭ ଜଣ ଏବେ ବି ନିଖୋଜ ଅଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଆସାମର ୨୯ ଜିଲ୍ଲାରେ ୭.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। କେବଳ ନାଗାଓଁରେ ୩.୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୮୦,୩୬,୯୦ ହେକ୍ଟର ଚାଷଜମି ଏବଂ ୨,୨୫୧ ଗ୍ରାମ ଏବେ ଜଳମଗ୍ନ। ୭୪,୭୦୫ ବନ୍ୟା ପ୍ରଭାବିତ ଲୋକଙ୍କୁ ୨୩୪ ରିଲିଫ୍‌ କେନ୍ଦ୍ରରେ ରଖାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ