ଅପରାଧ ରାଜ୍ୟ

ବାଘ ଚମଡ଼ା ଜବତ ପଛର ରହସ୍ୟ: ମଇଁଷି ଖାଇବାରୁ ମହାବଳ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏବେ ବାଘ ହତ୍ୟାକୁ ନେଇ ଚାଞ୍ଚଲ୍ୟ। ଗତ କିଛି କିଛି ଦିନ ତଳେ କପ୍ତାଡିହା ଜଙ୍ଗଲରେ ଫାଶ ପକାଇ କଲରାପତରିଆ ବାଘ ହତ୍ୟା କରାଯାଇଥିବା ବେଳେ ଏବେ ଦେଓଗାଁ ରେଞ୍ଜ ଅନ୍ତର୍ଗତ ରେବଣାପଳାଶପାଳ ଜଙ୍ଗଲରେ ମହାବଳ ବାଘ ହତ୍ୟା କରାଯିବା ଘଟଣା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ବନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଦେଓଗାଁ ରେଞ୍ଜର ରେବଣାପଳାସପାଳ ପଞ୍ଚାୟତ ଅନ୍ତର୍ଗତ ବୁଧପଡ଼ା ଗ୍ରାମରେ ବାଘ ଚମଡା ଥିବା ନେଇ କୌଣସି ସୂତ୍ରରୁ କେନ୍ଦୁଝର ବନଖଣ୍ଡ କର୍ମଚାରୀ ଖବର ପାଇଥିଲା। ‌ଏଥିପାଇଁ ଡିଏଫ୍‌ଓ ଏଚଡି ଧନରାଜଙ୍କ ତତ୍ତ୍ବାବଧାନରେ ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ ହୋଇ ଗତକାଲି ଏହି ଗ୍ରାମରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବୁଟୁ ମହାକୁଡ(୩୦)ଙ୍କ ପାଖରୁ ମହାବଳ ବାଘ ଚମଡା ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ବୁଟୁ ମହାକୁଡ ବନ ବିଭରାଗ ପାଖରେ ଦେଇଥିବା ବୟାନ ଅତ୍ୟନ୍ତ ସାଂଘାତିକ। ବୁଟୁଙ୍କ କହିବା କଥା ହେଉଛି, ବୁଟୁ ରେବଣାପଳାଶପାଳ ଜଙ୍ଗଲରେ ମଇଁଷି ଚରାଇଥାନ୍ତି। ଗତ ଦେଢ଼ମାସ ତଳେ ହଠାତ୍‌ ତାଙ୍କର ଏକ ମଇଁଷିକୁ କେହି ଖାଇ ଦେଇଥିବା ଜାଣିବା ପରେ ବାଘ ଖାଇଥିବା ସନ୍ଦେହ କରିଥିଲେ। ଏହାପରେ ସେ ଏହି ମୃତ ମଇଁଷି ମାଂସରେ ବିଷ ଦେଇଥିଲେ। ସାଧାରଣତଃ ବାଘ କୌଣସି ପଶୁଙ୍କୁ ମାରିବା ପରେ ପ୍ରାୟ ୭/୮ ଦିନ ପର୍ଯ୍ୟନ୍ତ ମାଂସ ଖାଇଥାଏ। ତେଣୁ ବାଘ ଏହି ବିଷ ପଡିଥିବା ମଇଁଷି ମାଂସ ଖାଇବାରୁ ମୃତ୍ୟୁ ହୋଇ ଯାଇଥିଲା। ତେବେ ବାଘର ମୃତ୍ୟୁ ହେବା ପରେ ବାଘର ଚମଡା ଛାଲି ଏହାକୁ ଶୁଖାଇ ରଖିଥିଲେ ଏବଂ ଏହାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେ‌ଳେ ବନ ବିଭାଗ ହାତରେ ଧରାପଡିଥିଲେ।

ପୂର୍ବରୁ ମଧ୍ୟ ଗତ କିଛି ଦିନ ତଳେ ଠିକ୍‌ ଏହିଭଳି ଢ଼ଙ୍ଗରେ ଆଉ ଏକ ବାଘକୁ ଫାଶ ବସାଇ ତୀର ମାରି ହତ୍ୟା କରାଯାଇଥିଲା। ଜିଲ୍ଲାର ବାରହାଗଡ ଜଙ୍ଗଲ କପ୍ତିଡିହାଠାରେରେ କିଛି ଜୁଆଙ୍ଗ ବାରହା ଶିକାର ପାଇଁ ଫାଶ ବସାଇଥିବା ବେଳେ ଏହି କଲରାପତରିଆ ବାଘ ଫାଶି‌ରେ ପଡି ଯାଇଥିଲା ଏବଂ ତାକୁ ଶିକାରୀମାନେ ତୀର ମାରି ହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ଏହି ବାଘ ଛାଲ ବିକ୍ରି କରିବା ବେଳେ ଯଶିପୁରରୁ ୮ ଜଣଙ୍କୁ ଗିରଫ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।