ଦେଶ ବିଦେଶ ସ୍ୱାସ୍ଥ୍ୟ

ଭାରତରେ ଓମିକ୍ରନର ଉପ-ପ୍ରଜାତି ବିଏ.୪ର ପ୍ରଥମ ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଓମିକ୍ରନ ପ୍ରଜାତିର ଉପ-ପ୍ରଜାତି ଚିହ୍ନଟ ହୋଇଛି । ଏହାକୁ କୁହାଯାଉଛି ବିଏ.୪ । ହାଇଦ୍ରାବାଦରେ ଏହାକୁ ଚିହ୍ନଟ କରାଯାଇଥିବା ଜେନୋମିକ୍ସ ସଂପର୍କିତ ସାର୍ସ କୋଭିଡ-୨ କନସୋର୍ଟିୟମ (ଇନସାକଗ) ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଗତ ୯ ତାରିଖରେ ସଂଗୃହୀତ ଏନ ନମୁନାରେ ଏହି ଉପ-ପ୍ରଜାତି ଥିବା ଆଜି ଜଣାପଡ଼ିଛି ବୋଲି ଇନସାକଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏହି ବିଏ.୪ ଉପ-ପ୍ରଜାତି ଦକ୍ଷିଣ ଏସିଆର ଅନେକ ଲୋକଙ୍କୁ ସଂକ୍ରମିତ କରିଥିଲା । କିନ୍ତୁ ଭାରତରେ ଏହା ହେଉଛି ପ୍ରଥମ ମାମଲା । ଗତ ଜାନୁଆରି ମାସରେ ଏହି ଉପ-ପ୍ରଜାତି ଉପରେ ଇନସାକଗର ବୈଜ୍ଞାନିକମାନେ ନଜର ରଖିଥିଲେ । ଇତି ମଧ୍ୟରେ କେତେକ ଏସୀୟ ଦେଶରେ ବିଏ.୫ ଉପ-ପ୍ରଜାତି ମଧ୍ୟ ଚିହ୍ନଟ ହେଲାଣି । ବିଏ.୧ ପାଇଁ ସୃଷ୍ଟି ହୋଇଥିବା ଆଣ୍ଟିବଡି ବିଏ.୪ ଓ ବିଏ.୫ ବିରୋଧରେ ପ୍ରଭାବି ହେବାର ସମ୍ଭାବନା କମ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଏ.୪ ସବ-ଭାରିଆଣ୍ଟ ଗତ ଜାନୁଆରି ୧୦ରେ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋରେ ଚିହ୍ନଟ ହୋଇଥିଲା । ସେହିପରି ବିଏ.୫ ସବ-ଭାରିଣାଣ୍ଟ ଫେବ୍ରୁଆରି ୨୫ରେ ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାଟାଲଠାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲା । ଏହା ପରେ ଏହି ଦୁଇଟି ସବ-ଭାରିଆଣ୍ଟ ବିଶ୍ବର ଅନେକ ଦେଶରେ ପହଞ୍ଚିସାରିଲାଣି । ଏପରିକି ନିକଟରେ କେତେକ ଦେଶରେ ବଢିଚାଲିଥିବା ସଂକ୍ରମଣ ପଛରେ ଏହି ଦୁଇଟି ସବ-ଭାରିଆଣ୍ଟ ରହିଛି ବୋଲି କୁହାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ