ଅପରାଧ ରାଜ୍ୟ

ଅବିନାଶ ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଲା ସୁରାକ୍: ସିସିଟିଭି ଫୁଟେଜ୍‌ରେ ୪ ସନ୍ଦିଗ୍ଧ ଚିହ୍ନଟ, ମୋବାଇଲ ସିଡିଆର ଖୋଲିବ ରହସ୍ୟ

ଭୁବନେଶ୍ୱର ୨୧/୦୫ : ଧୀରେ ଧୀରେ ରହସ୍ୟ ଭିତରକୁ ଟାଣି ହେଇଯାଉଛି ଅବିନାଶ ପ୍ରଧାନଙ୍କ ମୃତ୍ୟୁ ରହସ୍ୟ । ଅବିନାଶଙ୍କୁ ହତ୍ୟା କରାଯାଇଥିବାର ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳୁଛି କମିଶନରେଟ ପୋଲିସକୁ । ସେଦିନ ଶିଖରଚଣ୍ଡୀ ରାସ୍ତାରେ ଜଣେ ଯୁବକଙ୍କୁ ସହ ଯାଇଥିଲେ ଅବିନାଶ । କିଛି ସମୟ ପରେ ସେହି ରାସ୍ତାରୁ ଦୁଇଟି ବାଇକରେ ଚାରିଜଣ ଫେରିଥିଲେ ।

ଯାହାର ସିସିଟିଭି ଫୁଟେଜ ଲାଗିଛି ପୋଲିସ ହାତରେ ଲାଗିଛି । ବାଇକରେ କିଏ ଅବିନାଶ ସହ ଥିଲା ସେନେଇ ଜଣାପଡିଛି । ଫେରିଥିବା ବାଇକରେ ବସିଥିବା ଚାରି ଯୁବକ କିଏ । ପୋଲିସ ଅବିନାଶଙ୍କ ମୋବାଇଲ ସିଡ଼ିଆର ଯାଞ୍ଚ କରୁଛି । ଶିଖରଚଣ୍ଡୀ ତୋରଣ ସାମ୍ନା ରାସ୍ତାରେ ଲାଗିଥିବା ଟ୍ରାଫିକ୍‌ ଭାଓଲେସନ ଡିଟେକ୍ସନ କ୍ୟାମେରା (ଟିଭିଡିଏସ୍‌) ସହ ଇନଫୋସିଟି, ଶିଖରଚଣ୍ଡୀ ଛକରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି ।

ପaଲିସ ଟିମ୍‌ ଅବିନାଶଙ୍କ ବାଇକ୍‌ ସହ ଅନ୍ୟ ୨ଟି ବାଇକ୍‌ର ସନ୍ଧାନ ପାଇଛି । ଗ୍ୟାଲାକ୍ସି ଗାର୍ଡେନରୁ ରାତି ସାଢ଼େ ୮ଟାରେ ଅବିନାଶ ଜଣେ ସାଙ୍ଗଙ୍କ ସହ ବାଇକ୍‌ରେ ବାହାରିଥିଲେ । ଉଭୟେ ଶିଖରଚଣ୍ଡୀ ପାହାଡ଼ ରାସ୍ତାରେ ଉପରକୁ ଯାଇଥିଲେ । ପ୍ରାୟ ଘଣ୍ଟାଏ ଯାଏ ଫେରିନଥିଲେ । କିନ୍ତୁ ରାତି ୯ଟା ୩୫ ମିନିଟ୍‌ରେ ୨ଟି ବାଇକ୍‌ ପାହାଡ଼ ରାସ୍ତା ଦେଇ ତଳକୁ ଆସିଥିଲା । ସେଥିରେ ୪ଜଣ ଯୁବକ ବସିଥିଲେ । ୪ଜଣ ଯୁବକ ଇନ୍‌ଫୋସିଟି ଥାନା ଆଡ଼େ ବାଇକ୍‌ ନ ନେଇ ପଥରଗାଡ଼ିଆ ରାସ୍ତା ଦେଇ ପଳାଇଥିଲେ ।

ପaଲିସ ସନ୍ଦେହ କରୁଛି, ହତ୍ୟାରେ ଏମାନଙ୍କ ସମ୍ପୃକ୍ତି ରହିଛି । ଅବିନାଶଙ୍କ ସହ ଯାଇଥିବା ସାଙ୍ଗଙ୍କ ବାଦ୍‌ ଅନ୍ୟ ୩ଜଣ ବୋଧହୁଏ ପୂର୍ବରୁ ପାହାଡ଼ରେ ଛକି ରହିଥିବେ । ଅବିନାଶଙ୍କୁ ପାହାଡ଼ ଉପରକୁ ଆଣିବା ପରେ ସମସ୍ତେ ମିଶି ଲୋମଟାଙ୍କୁରା କାଣ୍ଡ ଘଟାଇଥିଲେ । ସେପଟେ ଅବିନାଶଙ୍କ ବାପା ଲଲାତେନ୍ଦୁ କହୁଛନ୍ତି, ରାତି ୮ଟା ୧୮ ମିନିଟ୍‌ରେ ପୁଅ ସାଙ୍ଗମାନଙ୍କ ସହ ଗ୍ୟାଲାକ୍ସି ଗାର୍ଡେନରେ ଥିବା କହିଥିଲା । କିନ୍ତୁ ପରେ ଆଉ ଫୋନ୍‌ ଉଠାଇଲାନି ।

ଏହି ସମୟରେ ଅବିନାଶ ସହ ଯେଉଁମାନେ ଥିଲେ, ସେମାନଙ୍କ ମଧ୍ୟରୁ କେହି ହତ୍ୟାରେ ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।ଏହାବାଦ୍‌ ପୁଲିସ ଅବିନାଶଙ୍କ କଲ୍‌ ଡିଟେଲ୍ସ ରେକର୍ଡ (ସିଡିଆର୍‌) ଯାଞ୍ଚ କରିଛି । ଗତକାଲି ରାତିରେ ସେ ବାପାଙ୍କ ବାଦ୍‌ ଅନ୍ୟ ୩ଜଣଙ୍କ ସହ କଥା ହୋଇଥିବା ତଥ୍ୟ ମିଳିଛି । ସେମାନଙ୍କୁ ଫୋନ୍‌ କରି ପୁଲିସ ପଚରାଉଚରା କରିଛି । ଅବିନାଶର କିଛି ସାଙ୍ଗଙ୍କ ବୟାନ ରେକର୍ଡ କରିଛି।

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ଏଠାରୁ ଅବିନାଶଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା । ହେଲେ ହସ୍ପିଟାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ପୁଲିସ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା । ହେଲେ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ପୁଲିସ ହତ୍ୟା ମାମଲା ରୁଜୁ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।