ଅପରାଧ ରାଜ୍ୟ

ବାର୍‌ହା ଫାଶରେ ପଡି କଲରାପତରିଆ ବାଘର ମୃତ୍ୟୁ, ୩ ଶିକାରୀ ଅଟକ

ଢ଼େଙ୍କାନାଳ ୨୧/୦୫: ବାର୍‌ହା ଫାଶରେ ପଡିଲା ବାଘ । ଫାଶରେ ଲାଗି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତିନି ଚାରିଦିନ ପରେ ବନବିଭାଗ ବାଘର ଗଳିତ ମୃତଦେହକୁ ଉଦ୍ଧାର ପରେ ବ୍ୟବଚ୍ଛେଦ କରି ପୋତି ଦେଇଥିବା ଜଣାପଡିଛି । ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳ ଓ ଅନୁଗୁଳ ବନ୍ତଳା ବନାଞ୍ଚଳ ସୀମାନ୍ତରେ ଏହି ବାଘର ମୃତଦେହକୁ ଠାବ କରାଯାଇଛି ।

ହିନ୍ଦୋଳ ବନାଞ୍ଚଳର କର୍ଣ୍ଣପୁର ବିଟ ଅନ୍ତର୍ଗତ କୋଇ ସଂରକ୍ଷିତ ଜଙ୍ଗଲର ଶରଣା ବେଡା ନିକଟରୁ କଲରାପତରିଆ ବାଘର ମୃତଦେହକୁ ଉଦ୍ଧାର କରିଛି ବନବିଭାଗ । ତେବେ ଶିକାରୀ ମାନେ ବାର୍ହା ଶିକାର ପାଇଁ ବିଛାଇଥିବା ଫାଶରେ ପଡି ବାଘର ମୃତ୍ୟୁ ଘଟିଥିବା ବନବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପରେ ବାଘର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି ।

ଏ ସମ୍ପର୍କରେ ହିନ୍ଦୋଳ ବନ କର୍ମଚାରୀମାନେ ତଦନ୍ତ ଜାରି ରଖିଥିବାବେଳେ ସନ୍ଦେହରେ ସ୍ଥାନୀୟ କର୍ଣ୍ଣପୁର ଗ୍ରାମର ୩ ଜଣଙ୍କୁ ଅଟକ ରଖିବା ଘଟଣାରେ କର୍ଣ୍ଣପୁର ଗ୍ରାମବାସୀ ବିରୋଧ କରିଛନ୍ତି । ଫଳରେ ଅଟକ ଥିବା ୩ଜଣଙ୍କୁ ବନବିଭାଗ ଛାଡି ଦେଇଥିବା ବେଳେ ଏହି ବାଘ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।