ଅପରାଧ ରାଜ୍ୟ

କୁଖ୍ୟାତ ଲୁଟେରା ଆୟୁଷ ସମେତ ୫ ଗିରଫ; ୧୦ଭରି ସୁନା, ୮ ମୋବାଇଲ୍ ଓ ବାଇକ୍ ଜବତ

ଭୁବନେଶ୍ବର : ଲୁଟ୍‌ପାଟ୍‌ କରି ରାଜଧାନୀ‌ରେ ଆତଙ୍କ ଖେଳାଇଥିବା କୁଖ୍ୟାତ ଲୁଟେରା ଆୟୁଷ୍ମାନ ତ୍ରିପାଠୀକୁ ଗିରଫ କରିଛି ତମା‌ଣ୍ଡୋ ଥାନା ପୁଲିସ। ତମାଣ୍ଡୋରେ ଜଣେ ମହିଳାଙ୍କ ମୋବାଇଲ୍ ଝାମ୍ପୁଥିବା ବେଳେ ଆୟୁଷ ଓ ତା’ ସହଯୋଗୀ ନିର୍ମଳ ରଣସିଂହ ଓରଫ ମିଥୁନ୍‌ ଲୋକଙ୍କ ହାତରେ ଧରାପଡ଼ିଥିଲେ। ପରେ ପୁଲିସ୍‌ ତା’ର ଅନ୍ୟତମ ସହଯୋଗୀ ତଥା ଲୁଟ୍ ଜିନିଷ ବିକ୍ରି କରୁଥିବା ଭୀମଟାଙ୍ଗିର ଲୋକନାଥ ଓରଫ ବାପି, ଚୋରା ସୁନା ବେପାରୀ ୨ ଭାଇ ଶରତ ଓ ଭରତକୁ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ୧୦ ଭରିରୁ ଅଧିକ ସୁନାଗହଣା (୧୨ଟି ସୁନାଚେନ୍, ୨ଟି ମଙ୍ଗଳସୂତ୍ର), ୮ଟି ମୋବାଇଲ୍ ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି।

ଅଧା ଦାମ୍‌ରେ ବିକି ହେଉଥିଲା ଚୋରି ସୁନା
ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ୫ ଜଣିଆ ଗ୍ୟାଙ୍ଗ୍‌ରେ ଲୁଟେରାଙ୍କଠାରୁ ଆରମ୍ଭ କରି ସୁନା ବ୍ୟବସାୟୀ ପର୍ଯ୍ୟନ୍ତ ସାମିଲ ଥିଲେ। ଆୟୁଷ ଓ ମିଥୁନ ଛିନ୍‌ତାଇ କରୁଥିଲେ। ଭୀମଟାଙ୍ଗିର ବାପି ସେମାନଙ୍କଠାରୁ ଲୁଟ୍ ସୁନାଗହଣା ଓ ମୋବାଇଲ୍‌କୁ ବିକିବା ପାଇଁ ନେଉଥିଲା। ରାଜମହଲ ନିକଟସ୍ଥ ଓଁ ମା’ ଗୌରୀ ଜୁଏଲର୍ସର ୨ଭାଇ ଶରତ ଓ ଭରତକୁ ବାପି ସମସ୍ତ ଗହଣାକୁ ଅଧା ଦାମ୍‌ରେ ଦେଉଥିଲା। ଦୁଇ ଭାଇ ଗହଣାସବୁକୁ ତରଳାଇ ନୂଆ ଗହଣା ତିଆରି କରୁଥିଲେ ଓ ବିନା ବିଲ୍‌ରେ ବଜାର ମୂଲ୍ୟଠାରୁ କମ୍‌ ଦରରେ ଗ୍ରାହକଙ୍କୁ ବିକୁଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଲୁଟେରାମାନେ ଏଭଳି ଅଭିନବ ଢଙ୍ଗରେ ଗହଣା କାରବାର କରୁଥିଲେ। ସେହିପରି ଲୁଟ୍ ମୋବାଇଲ୍‌ଗୁଡ଼ିକୁ ବିକିବା ପାଇଁ ବାପି ବିଭିନ୍ନ ବସ୍ତିରେ ପିଲାଙ୍କୁ ଲଗାଇଥିଲା। ବସ୍ତି ପିଲାମାନେ କମିସନି ପାଉଥିଲ। କମ୍ପାନି ଓ ମଡେଲ ଦେଖି ସେମାନେ ଗୋଟାକୁ ୫ ଶହ‌ରୁ ଦେଢ଼ହଜାର ଟଙ୍କାରେ ସେଗୁଡ଼ିକୁ ବିକ୍ରି କରୁଥିଲେ।

ଆୟୁଷ-ମିଥୁନ୍ ଯୋଡ଼ି: ୩ ମାସରେ ୨୦ ଲୁଟ୍
ଆୟୁଷର ଘର ପୁରୀ ଜିଲ୍ଲାରେ। ସେ ପୁରୁଣା ଭୁବନେଶ୍ବରରେ ରହୁଥିଲା। ତା’ ନାଁରେ ୫ରୁ ଅଧିକ ଛିନ୍‌ତାଇ, ଲୁଟ୍ ଓ ଡକାୟତି ଭଳି ସଙ୍ଗିନ ମାମଲା ରହିଛି। ନିକଟରେ ସେ ଗିରଫ ହୋଇ ଜେଲ୍ ଯାଇଥିଲା ଏବଂ ଫେବ୍ରୁଆରିରେ ଜାମିନ୍‌ରେ ଆସିଥିଲା। ଜାମିନରେ ଆସୁ ଆସୁ ସେହି ମାସ ୧୬ତାରିଖରେ ଜୟଦେବବିହାର ଛକ ନିକଟରୁ ଲକ୍ଷ୍ମୀପ୍ରିୟା ସାମଲଙ୍କ ସୁନା ଚେନ୍ ଝାମ୍ପିଥିଲା। ପରେ ମିଥୁନ ସହ ମିଶି ସହିଦନଗର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, କ୍ୟାପିଟାଲ୍, ଭରତପୁର, ଜଟଣୀ ଓ ତମାଣ୍ଡୋ ଥାନା ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ ଛିନ୍‌ତାଇ କରିଥିଲା। ଭରତପୁର ଥାନା ଅଞ୍ଚଳରେ ସେମାନେ ସର୍ବାଧିକ ୬ଟି ଛିନ୍‌ତାଇ କରିଥିବା ବେଳେ ନୂଆପଲ୍ଲୀ ଥାନାରେ ୫ଟି ମାମଲା ରହିଛି।

ପୁଲିସ ନାଁରେ ପାଲଟା ଅଭିଯୋଗ
ଚୋରି ସୁନାକୁ କିଣୁଥିବା ୨ ସୁନା ବେପାରୀ ଶରତ ଓ ଭରତଙ୍କ ବାପା ଦୁର୍ଗାଚରଣ ସାହୁ ତମାଣ୍ଡୋ ଥାନା ପୁଲିସ୍‌ ନାଁରେ ପାଲଟା ଅଭିଯୋଗ କରିଛନ୍ତି। ଏହି ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଇ ସେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟର ଆଶ୍ରୟ ନେଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ତମାଣ୍ଡୋ ପୁଲିସ ରାଜମହଲ ଛକରେ ଥିବା ଓଁ ମା’ ଗୌରୀ ଜୁଏଲର୍ସରେ ଜବରଦସ୍ତ ପଶି ୧୦ଟି ସୁନା ଚେନ୍, ୨ଟି ମଙ୍ଗଳସୂତ୍ର ନେଇ ଯାଇଛନ୍ତି। କିନ୍ତୁ ପୁଲିସ ସୂଚନା ଦେଇଛି ଯେ ଭରତ ହେଉଛି ଦୋକାନ ମାଲିକ। ଶରତ ଭୀମଟାଙ୍ଗିରେ ଏକ ସୁନା ତରଳାଇବା ଦୋକାନ ଖୋଲି ସେଠାରେ ଚୋରି ସୁନାକୁ ତରଳାଇ ବିସ୍କୁଟ୍‌ର ରୂପ ଦେଉଥିଲା। ପରେ ଉକ୍ତ ସୁନା ବିସ୍କୁଟ୍‌ରୁ ଭରତ ବିଭିନ୍ନ ଗହଣା ତିଆରି କରି ବିକ୍ରି କରିଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।