ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଭାରତରେ ପଢ଼ିପାରିବେ ଭାରତୀୟ ବଂଶୋଦ୍ଭବ

ଭୁବନେଶ୍ବର : ବିଦେଶରେ ବସବାସ କରୁଥିବା ତଥା ଭାରତୀୟ ବଂଶୋଦ୍ଭବଙ୍କୁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ସୁଯୋଗ ମିଳିବ। ନନ୍‌-ରେସିଡେଣ୍ଟ ଇଣ୍ଡିଆନ୍‌ (ଏନ୍‌ଆରଆଇ), ପର୍ସନ ଅଫ୍‌ ଇଣ୍ଡିଆନ୍‌ ଓରିଜି ନ୍‌(ପିଆଇଓ) ଓ ଓସିଆଇଙ୍କ ପାଇଁ ଦେଶର ଶ୍ରେଷ୍ଠ ବୈଷୟିକ ଶିକ୍ଷାନୁଷ୍ଠାନ ତଥା ଏନ୍‌ଆଇଆରଏଫ୍‌ ରୢାଙ୍କ ହାସଲ କରିଥିବା ଶିକ୍ଷାନୁଷ୍ଠାନ ଯଥା ଏନ୍‌ଆଇଟି, ଆଇଆଇଆଇଟି, କେନ୍ଦ୍ରୀୟ-ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଆଇଟି ବ୍ୟତୀତ)ରେ ୧୫% ସିଟ୍‌ ସଂରକ୍ଷିତ ରହିବ। ଏଥିପାଇଁ ଡାଇରେକ୍ଟ ଆଡମିସନ ଅଫ୍‌ ଷ୍ଟୁଡେଣ୍ଟ ଆବ୍ରଡ୍‌(ଦାସା)-୨୦୨୨-୨୩ ଯୋଜନା ଆରମ୍ଭ ହୋଇଛି।

ଯୁକ୍ତ୨ କିମ୍ବା ସମତୁଲ ପାଠ୍ୟକ୍ରମରେ ପାସ୍‌ କରିଥିବା ଛାତ୍ରଛାତ୍ରୀ ଏବେଠାରୁ ଆବେଦନ କରିପାରିବେ। ୟୁଜି ନାମଲେଖା ଜେଇଇ ମେନ୍‌ ରୢାଙ୍କ ଆଧାରରେ ହେବାକୁ ଥିବା ପିଜି ପାଠ୍ୟକ୍ରମରେ ନାମଲେଖା‌ ଜିଏମ୍‌ଏଟି/ଜିଆରଇ ସ୍କୋରକୁ ବିଚାରକୁ ନିଆଯିବ। ଏନ୍‌ଟିଏ ଦ୍ବାରା ପରିଚାଳିତ ଜେଇଇ ମେନ୍‌ ଏଥର ୨୫ଟି ଦେଶରେ ଅନୁଷ୍ଠିତ ହେବ। ଦାସା ଅଧୀନରେ ସିଟ୍‌ ଆଲଟ୍‌ମେଣ୍ଟ ଓ କାଉନସେଲିଂ, ଆପ୍ଲିକେସନ ପୂରଣ www.dasanit.org ୱେବସାଇଟ୍‌ ମାଧ୍ୟମରେ କରାଯିବ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି