ଦେଶ ବିଦେଶ ମନୋରଞ୍ଜନ

ପୁଣି ବିବାଦରେ ଅଭିନେତ୍ରୀ କଙ୍ଗନା ରାଣାୱତ । ‘ଧାକଡ୍’କୁ ବଏକଟ୍ ଦାବି

ବି-ଟାଉନ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ସବୁବେଳେ କୌଣସି କଥାକୁ ନେଇ ବିବାଦକୁ ଆସିଥାନ୍ତି । ଏବେ ସେ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି । ରିଲିଜ୍ ପୂର୍ବରୁ ତାଙ୍କ ଅଭିନୀତ ଫିଲ୍ମ ‘ଧାକଡ୍’କୁ ବଏକଟ୍ କରିବାକୁ ଦାବି ଉଠିଛି । ମେ ୨୦ ରେ ରିଲିଜ୍ ହେବାକୁ ଥିବା ସିନେମା ‘ଧାକଡ୍’କୁ ଟ୍ୱିଟରରେ ବଏକଟ କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ଆଜି ଫ୍ରାଇଡେ ଫାଇଟ୍ : ପରଦାରେ ୨ ବଲିଉଡ ସହ ୨ ଓଲିଉଡ ଫିଲ୍ମ, ସେପଟେ…

May 20, 2022
ପୁଣି ବଧୂ ବେଶରେ ‘ବେବି ଡଲ୍’ କନିକା କପୁର । ସେଲିବ୍ରେସନର ଭିଡିଓ…

May 20, 2022
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ କଙ୍ଗନାଙ୍କ ଉପରେ ଖପ୍ପା ହୋଇଛନ୍ତି । ସେମାନେ ସଲମାନ ଖାନ୍ , କାର୍ତ୍ତିକ ଆର୍ୟନ୍ ଓ ଏବଂ ଲକଅପ୍ ଶୋ’ର ବିଜେତା ମୁନୱାର ଫାରୁକିଙ୍କୁ ମଧ୍ୟ ବିବାଦ ଭିତରକୁ ଟାଣିଛନ୍ତି । ମୁନୱାରଙ୍କୁ କଙ୍ଗନା ଶୋ’ର ବିଜେତା କରିଥିବାରୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ବିବାଦର ବଡ କାରଣ ହେଉଛି, କଙ୍ଗନା ଓ ସଲମାନ ଖାନଙ୍କ ବନ୍ଧୁତା । କାରଣ ପୂର୍ବରୁ କଙ୍ଗନା ସଲମାନଙ୍କୁ ଅନେକ ପ୍ରସଙ୍ଗରେ ସମାଲୋଚନା କରୁଥିବାବେଳେ ଏବେ କିନ୍ତୁ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି । ବିଶେଷ କରି ଇଦ୍ ଅବସରରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହାସହ କଙ୍ଗନାଙ୍କ ଫିଲ୍ମ ‘ଧାକଡ୍’ ରିଲିଜ୍ ହେବାକୁ ଥିବାବେଳେ ଏହାକୁ ସୋସିଆଲ ମିଡିଆରେ ସଲମାନ୍ ପ୍ରମୋସନ୍ କରିବାରେ ବ୍ୟସ୍ତ ।ଏହାକୁ ନେଇ କଙ୍ଗନା ସଲମାନଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ‘ଗୋଲ୍ଡେନ୍ ହାର୍ଟ’ ଓ ‘ମେରା ଦବଙ୍ଗ ହିରୋ’ ବୋଲି କହିଛନ୍ତ, ଯାହା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସ ମାନଙ୍କୁ ଅତିଷ୍ଠ କରିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ