ଅପରାଧ ରାଜ୍ୟ

ଛାତରୁ ଡେଇଁଲେ ଛାତ୍ରୀ ! ସହପାଠୀ ଓ ହଷ୍ଟେଲ ୱାର୍ଡେନଙ୍କ ରାଗିଂ ଅସହ୍ୟ ହେବାରୁ କଲେ ଆତ୍ମହତ୍ୟା

ବାଲେଶ୍ୱରରେ କଲେଜ ହଷ୍ଟେଲରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜର ଛାତ୍ରୀ ସାବିତ୍ରୀ ବେହେରା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସହଯୋଗୀ ଓ ହଷ୍ଟେଲ ୱାର୍ଡେନଙ୍କଠାରୁ ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବଣତାଳପଦା ଗାଁରେ ।

ମୃତକଙ୍କ ପରିବାର ଲୋକେ ବାଲେଶ୍ୱର ସଦର ଥାନାରେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ହଷ୍ଟେଲରେ ରହୁଥିବା ଜଣେ ସହପାଠୀଙ୍କ ୨୦୦ ଟଙ୍କା ଚୋରି ହୋଇଥିଲା । ସେଠାରେ ରହୁଥିବା ଅନ୍ୟ ତିନି ଜଣ ସାଙ୍ଗ ଓ ହଷ୍ଟେଲ ୱାର୍ଡେନ୍ ଏଥିପାଇଁ ସାବିତ୍ରୀଙ୍କୁ ଦାୟୀ କରିଥିଲେ । ଚୋରି କରିନଥିଲେ ବି ଟଙ୍କା ଫେରାଇବା ପାଇଁ ବାପାଙ୍କୁ ଫୋନ୍ କରି କାନ୍ଦି କାନ୍ଦି ୨୦୦ ଟଙ୍କା ମାଗିଥିଲେ । ଏହା ପରେ କଲେଜର ଜଣେ ଶିକ୍ଷକ ବିଳମ୍ବିତ ରାତିରେ ତାଙ୍କ ବାପାଙ୍କୁ ଫୋନ୍ କରିଥିଲେ ।

ଝିଅ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା କହିଥିଲେ । ପରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିବା କହିଛନ୍ତି ମୃତକଙ୍କ ବାପା ମାଆ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହଷ୍ଟେଲ ୱାର୍ଡନ ଓ ଅନ୍ୟ ଛାତ୍ରୀଙ୍କୁ ପଚରାଉଚରା କରିଛି । ଏହା ସହ ହଷ୍ଟେଲ ଚାରିପଟେ ଲାଗିଥିବା ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।