କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ

ହାତରେ ଥିଲେ ଏଭଳି ଚିହ୍ନ ହେବେ ଭାଗ୍ୟଶାଳୀ, ନିଜ ଇଚ୍ଛାରେ ମିଳିବ ଚାକିରୀ

ବ୍ୟକ୍ତିର ଉନ୍ନତିରେ କର୍ମ ସହ ଭାଗ୍ୟର ମଧ୍ୟ ବହୁତ ବଡ ଭୂମିକା ରହିଛି । ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଖୁବ୍ ମହତ୍ବପୂର୍ଣ୍ଣ ବୋଲି କୁହାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ୟକ୍ତିର ହାତରେ ଏହିଭଳି ବିଶେଷ ପ୍ରକାରର ଚିହ୍ନ ରହିଥାଏ ତେବେ ସେମାନେ ଭାଗ୍ୟ ନେଇ ଧନୀ ବୋଲି କୁହାଯାଇଥାଏ । ସେମାନଙ୍କୁ ଧନ-ସମ୍ପତ୍ତି ବ୍ୟତୀତ ଯଶ ଓ ବୈଭବ ମିଳିଥାଏ । ଏମିତି ବ୍ୟକ୍ତି ସମାଜରେ ବେଶ୍ ଲୋକପ୍ରିୟତା ହାସଲ କରିଥାନ୍ତି ।

ତ୍ରିଶୂଳର ଚିହ୍ନ ଦେଇଥାଏ ପ୍ରତିଷ୍ଠା :

ଶିବଙ୍କର ପ୍ରିୟ ହେଉଛି ତ୍ରିଶୂଳ । ବ୍ୟକ୍ତିଙ୍କ ହାତରେ ତ୍ରିଶୂଳ ଚିହ୍ନ ଥିଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତାହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏମିତି ଲୋକ ଭାଗ୍ୟ ନେଇ ଧନୀ ହୋଇଥାନ୍ତି । ସେମାନଙ୍କୁ ସମାଜରେ ପ୍ରତିଷ୍ଠା ମିଳିଥାଏ । ଏମିତି ଲୋକ ପ୍ରତିଷ୍ଠିତ ଅଭିନେତା, ରାଜନେତା ଅଥବା ବ୍ୟବସାୟୀ ହୋଇଥାନ୍ତି ।

ନିକିତି ଚିହ୍ନ ଥିଲେ ରହିଛି ଧନ ଯୋଗ :

ଯଦି କାହା ହାତରେ ନିକିତିର ଚିହ୍ନ ରହିଥାଏ ତେବେ ଏମିତି ଲୋକ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଅସୀମ କୃପା ରହିଥାଏ । ଏମାନଙ୍କୁ କେବେ ଧନ ସମ୍ପତ୍ତିର ଅଭାବ ଦେଖାଦିଏନାହିଁ । କାରଣ ଏମାନଙ୍କ ହାତ ରେଖା ଆଧାରରେ ଧନ ଯୋଗ ରହିଥାଏ । ଏହାକୁ ଲକ୍ଷ୍ମୀଯୋଗ ବୋଲି ମଧ୍ୟ କୁହାଯାଇଥାଏ ।

ପଦ୍ନ ଚିହ୍ନ ଥିବା ବ୍ୟକ୍ତି ଇଚ୍ଛା ଅନୁସାରେ ପାଇଥାନ୍ତି ଚାକିରୀ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁମାନଙ୍କ ହାତରେ ପଦ୍ମ ଚିହ୍ନ ରହିଥାଏ ସେମାନେ ଜୀବନରେ ସର୍ବଦା ସଫଳ ହୋଇଥାନ୍ତି । ସେମାନେ ନିଜ ଇଚ୍ଛା ଅନୁସାରେ ଚାକିରୀ ଅଥବା ବ୍ୟବସାୟ କଲେ ସଫଳତା ପାଇଥାନ୍ତି । ପଦ୍ମ ଚିହ୍ନ ବିଷ୍ଣୁ ଯୋଗ ଦେଇଥାଏ । ଏଥିପାଇଁ ସେମାନଙ୍କ ନିକଟରେ ସର୍ବଦା ଧନ ରହିଥାଏ ।

ସ୍ବସ୍ତିକ ଚିହ୍ନ ଥିବା ବ୍ୟକ୍ତି ହୋଇଥାନ୍ତି ଗୁଣବାନ୍ :

ଯେଉଁ ବ୍ୟକ୍ତିଙ୍କ ହାତରେ ସ୍ବସ୍ତିକ ଚିହ୍ନ ଥାଏ ସେମାନେ ଗୁଣବାନ୍, ଧନବାନ୍ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଆଧ୍ୟାତ୍ମିକ ହୋଇଥାନ୍ତି । ଏମିତି ବ୍ୟକ୍ତି ଭଗବାନଙ୍କୁ ବହୁତ ମାନିଥାନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ