ଅପରାଧ ରାଜ୍ୟ

ରାସ୍ତା କଡ଼ରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, କାମ କରିବାକୁ ଯାଇ ଆଉ ଫେରିନଥିଲେ

ନବରଙ୍ଗପୁର ୨୦।୦୫ : ନବରଙ୍ଗପୁର ସହର ସେଣ୍ଟ୍ରାଲ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ ହୋଇଛି । ମୃତ ବ୍ୟକ୍ତି ଜଣକ ନବରଙ୍ଗପୁର ସହର ଅନ୍ତର୍ଗତ ଭାଟିଶାଳ ଗୁଡା ସାହିର ସାହେବ ଶେଖ ବୋଲି ଜଣାପଡ଼ିଛି । ମୃତ ବ୍ୟକ୍ତି ଙ୍କ ପରିବାର ଲୋକେ ଶବ ନିକଟରେ ପହଞ୍ଚି ଏହା ତାଙ୍କ ସମ୍ପର୍କୀୟ ବୋଲି କହିଛନ୍ତି । ତେବେ ପରିବାର ତରଫରୁ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ମୃତ ସାହେବ ଶେଖ ଜଣେ ଦିନ ମଜୁରିଆ ଓ ମିସ୍ତ୍ରୀ କାମ କରୁଥିବାରୁ ସବୁ ଦିନ ଭଳି ଘରରୁ ଖାଇ ମଜୁରୀ କାମ ଲାଗି ବାହାରି ଥିଲେ । ତେବେ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ତରଫରୁ ତାଙ୍କ ମୋବାଇଲ କୁ ବାରମ୍ବାର ଯୋଗାଯୋଗ କରିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ । ସେ କେଉଁଠି କୁ ମଜୁରୀ କାମ ପାଇଁ ଯାଉଛନ୍ତି ତାହା ବି ପରିବାର ଲୋକ ଜାଣି ନଥିଲେ । ରାତି ସାରା ସେ ଘରକୁ ଫେରିନଥିବା ବେଳେ ଆଜି ତାଙ୍କ ମୃତ ଦେହ ସେଣ୍ଟ୍ରାଲ ସ୍କୁଲ ଯିବା ରାସ୍ତା ପାର୍ଶ୍ୱ ରେ ଠାବ ହୋଇଛି । ପରିବାର ତରଫରୁ ହତ୍ୟା ଅଭିଯୋଗ ହୋଇଛି । ତାଙ୍କ ର କାହା ସହିତ କୌଣସି ଶତ୍ରୁତା ନ ଥିବା କୁହାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।