ନୂଆଦିଲ୍ଲୀ : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଆଜି ବଡ଼ ଝଟ୍କା ଲାଗିଛି। ୩ ଦଶନ୍ଧି ପୁରୁଣା ରୋଡ୍ ରେଜ୍ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଦିନ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ କରିଛନ୍ତି। ୧୯୮୮ ଡିସେମ୍ବର ୨୭ରେ ସିଦ୍ଧୁ ଏବଂ ତାଙ୍କର ଜଣେ ସହଯୋଗୀ ରୁପିନ୍ଦର ସିଂହ ସନ୍ଧୁଙ୍କର ଗୁର୍ନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ଗାଡ଼ି ପାର୍କିଂକୁ ନେଇ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ଏବଂ ତାଙ୍କ ସହଯୋଗୀ ୬୫ ବର୍ଷୀୟ ଗୁର୍ନାମ ସିଂହଙ୍କୁ ଚାପୁଡ଼ା ଓ ଧକ୍କା ମାରିଥିଲେ। ଗୁରନାମ ସିଂହଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ସିଦ୍ଧୁଙ୍କୁ ୧ ବର୍ଷ ସଶ୍ରମ ବର୍ଷ ଜେଲ୍ଦଣ୍ଡ ଦେଇଛନ୍ତି। କ୍ରୋଧରେ ସିଦ୍ଧୁ ସେତେବେଳେ ତାଙ୍କଠାରୁ ଦୁଇ ଗୁଣରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ଏବଂ ଏହାର ପରିଣାମ ତାଙ୍କୁ ଭୋଗିବାକୁ ହେବ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ରାୟ ପରେ ସିଦ୍ଧୁ ଏକ ଟ୍ବିଟ୍ କରି କହିଛନ୍ତି ‘ଆଇନର ମହାନତା ଆଗରେ ମୁଁ ନତମସ୍ତକ।’