ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଖଳା ହାଲ୍‌ଚାଲ୍‌ : ରବିବାର ଚନ୍ଦନ ଯାତ୍ରାର ଭଉଁରୀ ଉତ୍ସବ, ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ନିର୍ମାଣ କାମ

ପୁରୀ ୨୦।୦୫: ରବିବାର ଚନ୍ଦନ ଯାତ୍ରାର ଭଉଁରୀ ଉତ୍ସବ । ଆଉ ମଝିରେ ରହିଲା ଆଉ ୨ଦିନ । ରଥ ନିର୍ମାଣରେ ବିଶେଷ ପର୍ବ ଚକ- ଅଖ ଡେରା । ଏଣୁ ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଗୁରୁବାର ଠାରୁ ପ୍ରସ୍ତୁତ ରହିଛି ନାହାକା ଚକ ଓ ଅଖ । ରଥ ତ୍ରୟ ପାଇଁ ତିନୋଟି ନାହାକା ଅଖ ଓ ୬ ଗୋଟି ଚକ ତିଆରି ସରିଛି । ଠାକୁରଙ୍କ ଆଜ୍ଞାମାଳ ଲାଗି ପୂର୍ବରୁ ଏହା ସଂଯୁକ୍ତ ହେବ । ରଥ ଖଳାରେ ବିଶ୍ୱକର୍ମାମାନେ ଯୋକା କାମ ଆରମ୍ଭ କରିଛନ୍ତି ।

ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ଟି ଯୋକା ଓ ଦେବୀ ରଥରେ ୧୨ଟି ଯୋକା ସ୍ଥାପନ ହେବ । ଏପଟେ ରଥ ଖଳାରେ ରଥ ଚକ ପ୍ରସ୍ତୁତ ହୋଇଛି । ବିଶ୍ୱକର୍ମାଙ୍କ ଇସାରାରେ ଭୋଇସେବକମାନେ ବିଲେଇ ବାଡିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି । ପହିର ବିନ୍ଧରେ କୀଳା ଦେଇ ଅର ସହିତ ଟାଇକ କରି ବାଡିଆ ହୋଇଥିଲା । ଯନ୍ତ୍ରାପଟାରେ ପଡି ସିଙ୍ଗଡ଼ାକୁ ପହି ପିନ୍ଧା ଗଲାପରେ ଖୁସିଅର ଲଗାଇଯାଇଛି । ପରେ କଳସା କରାଯାଇ ପହିକୁ ଖାପରେ ବାନ୍ଧେଣୀ କରି ଚକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚକ ତିଆରି କାମ ।

ସେହିପରି ରଥ ଚାଳିରେ ରଥର ଗୁଜ, କୁଡୁକା , ଜଳଯନ୍ତ୍ର ଆଦି କାମ ଚାଲିଛି । ରୂପକାରମାନେ ଗୁଜରେ ସିଂହ ବିରାଳ ଖୋଦେଇ କରୁଛନ୍ତି । ଜଳଯନ୍ତ୍ର ରଥରେ ସ୍ଥାପନ ହେଲେ ପାର୍ଶ୍ୱ ଦେବଦେବାମାନ ବିଜେ ହେବେ । ଗୁଜ ଖୁମ୍ଭ ସ୍ୱରୁପ ରଥର କୋଣମାନଙ୍କରେ ସ୍ଥାପିତ ହେବ । ତାଳଧ୍ୱଜ ଓ ନନ୍ଦିଘୋଷ ରଥ ୧୬ଟି ଲେଖାଏଁ ଓ ଦେବଦଳନ ରଥର ୧୨ଚି ଗୁଜ ରହିଛି । ଗୁଜ ହେଉଛି ରଥର ସୁରକ୍ଷା କବତ ସଦୃଶ । ଡ୍ରିଲ୍‌ ମେସିନ୍‌ ଦ୍ୱାରା ତୁମ୍ବର ମଝିରେ ଇନ୍ଧ୍ର କରାଯାଉଛି । ଓଝା ସେବକ ଯୋଗାଉଥିବା ବଳାକୁ ତୁମ୍ବର ବାହାର ପାଶ୍ୱରେ ଓ ପନ୍ଦାରିକୁ ତୁମ୍ବର ମଧ୍ୟସ୍ଥଳରେ ଲଗାଯାଇ ଚକ ପ୍ରସ୍ତୁତ ହେଉଛି । ଦୋଳବେଦି ଶାଳରେ ଓଝାସେବକମାନେ ଚକ ପାଇଁ ପନ୍ଦାରି ଓ ବଳା ନିର୍ମାଣ ସାରୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ