ଅପରାଧ ରାଜ୍ୟ

ବାଇକକୁ ପିଟିଲା କୋଇଲା ବୋଝେଇ ଟ୍ରକ, ଜଣେ ମୃତ

ସାନଖେମୁଣ୍ଡି ୧୯।୦୫ : ବାଇକକୁ ପିଟିଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟ ମୃଗ ବିହାର ସମ୍ମୁଖରେ ଘଟିଛି ଦୁର୍ଘଟଣା।

ଖବର ଅନୁଯାୟୀ, ଟ୍ରକଟି ବ୍ରହ୍ମପୁରରୁ ରାୟଗଡା ଯାଉଥିଲା । ଗଞ୍ଜାମ ଜିଲ୍ଲା ତପ୍ତପାଣି ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଗଜପତି ଜିଲ୍ଲା ମୋହନା ଥାନା ଆଲ୍ଲାକୁମ୍ପାର ଡି.ଦିବାକର ରଇତ (୩୩) ହୋଇଥିବା ବେଳେ ଗୁରୁତର ଥିବା ବ୍ୟକ୍ତି ଜଣଙ୍କ ସାନଖେମୁଣ୍ଡି ପାଟପୁର ଥାନା କାଳିବରେଇ ଗାଁର ସଂଜୀବ ଶବର (୨୬) ବୋଲି ଜଣାପଡିଛି ।

ସେପଟେ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।