ଖେଳ ଦେଶ ବିଦେଶ

ଲକ୍ଷ୍ନୌର ପ୍ଲେ ଅଫ୍ ପକ୍କା, କୋଲକାତା ବାଦ୍: ଶେଷ ଦୁଇ ବଲ୍‌ରେ ବଦଳିଲା ମୋଡ଼

ମୁମ୍ବାଇ: ଶେଷ ଓଭରରୁ ବିଜୟ ପାଇଁ ୨୧ ରନ୍‌ର ଦରକାର ଥିଲା। ଲଗାତାର ପ୍ରଚଣ୍ଡ ପ୍ରହାର କରି ରିଙ୍କୁ ସିଂହ ପ୍ରଥମ ୪ ବଲ୍‌ରୁ ୧୮ ରନ୍ ଅମଳ କରି ନେଇଥିଲେ। ଫଳରେ କୋଲକାତା ନାଇଟ୍ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରି ତାର ପ୍ଲେ ଅଫ୍ ଆଶା ଅତୁଟ ରଖିବ ବୋଲି ସମସ୍ତେ ଭାବିଥିଲେ। ହେଲେ ପଞ୍ଚମ ବଲ୍‌ରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ମାର୍କସ ଷ୍ଟୋଇନିସ୍‌ଙ୍କ ବୋଲିଂରେ ଏଭିନ୍ ଲୁଇସ୍ ଲମ୍ବା ଡାଇଭ୍‌ ମାରି ଗୋଟିଏ ହାତରେ ଅବିଶ୍ବସନୀୟ କ୍ୟାଚ୍ ନେଇ ରିଙ୍କୁ’ଙ୍କୁ ପ୍ୟାଭିଲିୟନ ପଥ ଦେଖାଇ ଦେଲେ। ଶେଷ ବଲ୍‌ରୁ ବିଜୟ ପାଇଁ ୩ ରନ୍‌ର ଦରକାର ଥିଲା ବେଳେ ଷ୍ଟୋଇନିସ୍ ଏକ ସ୍ଲୋ ବଲ୍‌ରେ ଉମେଶ ଯାଦବଙ୍କୁ କ୍ଲିନ୍ ବୋଲ୍ଡ କରିବା ସହ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା। ତା ସହ ଚଳିତବର୍ଷର ଆଇପିଏଲ୍‌ରେ କୋଲକାତାର ପ୍ଲେ ଅଫ୍‌ ଖେଳିବା ଆଶା ଆଶାରେ ରହି ଯାଇଥିଲା। ଅନ୍ୟପକ୍ଷରେ ଲକ୍ଷ୍ନୌ ପଦାର୍ପଣରେ ପ୍ଲେ ଅଫ୍ ପକ୍କା କରି ନେଇଥିଲା।

ବୁଧବାରର ଏହି ବଡ଼ ସ୍କୋର ବିଶିଷ୍ଟ ତଥା ରୋମାଞ୍ଚକ ମୁକାବିଲାରେ କ୍ବିଣ୍ଟନ୍ ଡି’କକ୍ ଏବଂ କେଏଲ୍ ରାହୁଲଙ୍କ ଐତିହାସିକ ଭାଗୀଦାରି ବଳରେ ନବାଗତ ଲକ୍ଷ୍ନୌ ଦୁଇଥର ବିଜେତା କୋଲକାତା ସମ୍ମୁଖରେ ୨୧୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କୋଲକାତା ୯ ରନ୍‌ରେ ଦୁଇ ଓପନରଙ୍କ ହରାଇବା ସତ୍ତ୍ବେ ଶେଷ ପର୍ଯ୍ୟନ୍ତ ବିଜୟ ପାଇଁ ଲଢ଼ିଥିଲା। ନୀତୀଣ ରାଣା (୪୨), ଅଧିନାୟକ ଶ୍ରେୟସ୍ ଆୟର (୫୦), ସାମ୍ ବିଲିଙ୍ଗ୍ସ (୩୬), ରିଙ୍କୁ ସିଂହ (୪୦) ଏବଂ ସୁନିଲ ନାରାୟଣ (୨୧*) କୋଲକାତାକୁ ଆଶା ଦେଇଥିଲେ। ହେଲେ ବିଜୟଠାରୁ ଅଳ୍ପ ଦୂରରେ ଅଟକି ଯାଇଥିଲେ। କୋଲକାତା ୧୪ ଲିଗ୍ ମ୍ୟାଚ୍‌ରୁ ୬ ବିଜୟ ଓ ୮ ପରାଜୟ ପାଇଥିଲା। ଅନ୍ୟପକ୍ଷରେ ଲକ୍ଷ୍ନୌ ସେହି ୧୪ ମ୍ୟାଚ୍‌ରୁ ୯ ବିଜୟ, ୫ ପରାଜୟରେ ଲିଗ୍ ଅଭିଯାନ ‌ଶେଷ କରିଥିଲା।

ଡି’କକ୍-ରାହୁଲଙ୍କ ଓପନିଂ କୀର୍ତ୍ତିମାନ
ପୂର୍ବରୁ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଦୁଇ ଓପନର କ୍ବିଣ୍ଟନ୍ ଡି’ କକ୍ (୧୪୦*) ଏବଂ ଅଧିନାୟକ କେଏଲ୍ ରାହୁଲ (୬୮*) ୨୧୦ ରନ୍‌ର ଅବିଭା‌ଜିତ ପ୍ରଥମ ୱିକେଟ୍ ଭାଗୀଦାରି କରି ନୂଆ ଇତିହାସ ରଚିଥିଲେ। ଏହା ଥିଲା ଆଇପିଏଲ୍ ଇତିହାସର ସର୍ବୋଚ୍ଚ ପ୍ରଥମ ୱିକେଟ୍ ଭାଗୀଦାରି। ସେହିଭଳି ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ପ୍ରଥମେ ବ୍ୟାଟିଂ କରିଥିବା କୌଣସି ଦଳର ଦୁଇ ଜଣ ଯାକ ଓପନର ଆରମ୍ଭରୁ ‌ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବାର ବିରଳ ସଫଳତା ଲାଭ କରିଥିଲେ। ଡି’ କକ୍ ୫୯ ବଲ୍‌ରୁ ତୃତୀୟ ଶତକ ପୂରଣ କରିଥିଲେ। ଅନ୍ୟପକ୍ଷରେ ରାହୁଲ ୪୧ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଏହି ବିସ୍ଫୋରକ ଭାଗୀଦାରିରେ ୧୪ ଛକା ଏବଂ ୧୩ ଛକା ମାରିଥିଲେ। ଡି’କକ୍ ସେଥିମଧ୍ୟରୁ ଏକାକି ୧୦ଟି‌ ଲେଖାଏଁ ଛକା ଚୌକା ମାରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ