ମନୋରଞ୍ଜନ ରାଜ୍ୟ

ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଭିଡିଓ: ମନକଥା କହିଲେ, କ୍ଷୋଭ ପ୍ରକାଶ କଲେ

କଟକ: ଓଲିଉଡର ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ସୋସିଆଲ ମିଡିଆରେ ନିଜର ଏକ ନୂଆ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ନିଜର ମନକଥା କହିଛନ୍ତି।

ପ୍ରାୟ ଅଧଘଣ୍ଟା ଏହି ଭିଡିଓରେ ସେ ନିଜର ମନକଥା କହିଛନ୍ତି। ଅନୁଭବ କହିଛନ୍ତି, ୨୦୦୮ରେ ଯାହାଙ୍କୁ ନିଜଠାରୁ ଅଧିକ ଭଲ ପାଇଥିଲି, ତାଙ୍କୁ ୨୦୧୪ରେ ବାହା ହୋଇଥିଲି। ଏହି ବାହାଘର ଲାଗି ଉଭୟଙ୍କ ଘରେ ରାଜି ନଥିଲେ, ତଥାପି ବାହାଘର ହୋଇଥିଲା। ମହିଳା ବୋଲି ସେ ଯାହା କହିବେ ତାହା କଣ ଠିକ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ।

ଗଣମାଧ୍ୟମ ଉପରେ କ୍ଷୋଭ ପ୍ରକାଶ କରି ଅନୁଭବ କହିଛନ୍ତି, ଗଣମାଧ୍ୟମ ଯାହା ଦେଖାଇବ, ତାହା କଣ ସତ୍ୟ? ଗତ ୧୪ ବର୍ଷ ହେଲା ମୁଁ ଯାହା ଭୋଗୁଛି ଗଣମାଧ୍ୟମ କେବେ କଳ୍ପନା କରିପାରିବ ନାହିଁ। ଘଟଣା ସଂପର୍କରେ ସତ କଣ ଜାଣିପାରି ବି ଗଣମାଧ୍ୟମ କିଛି କରିପାରୁନାହିଁ।

ଅନୁଭବ ମହାନ୍ତି ଆହୁରି କହିଛନ୍ତି, ଯିଏ ବି ନ୍ୟାୟରେ ଅଛନ୍ତି, ଆଉ ନ୍ୟାୟରେ ଥାଇ ବି ଅନ୍ୟାୟର ଦଣ୍ଡ ଭୋଗୁଛନ୍ତି, ମୁଁ ଅନୁଭବ ମହାନ୍ତି ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେମାନଙ୍କ ପଛରେ ଠିଆ ହେବି। ମୋର ଯୋଉ ଭାଇଭଉଣୀମାନେ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ଅଲବତ୍ ଲଢ଼ିବି। ବାକି ମହାପ୍ରଭୁଙ୍କ ହାତରେ। ଆପଣମାନଙ୍କ ହାତରେ। ସତ୍ୟର ଜୟ ହେଉ, ଧର୍ମର ଜୟ ହେଉ। ଯଦି ମୁଁ ଆପଣମାନଙ୍କୁ ଧୋକା ଦେଉଥାଏ, ତେବେ ମୋତେ ଦଣ୍ଡ ମିଳୁ। ଯଦି ମୁଁ ସତପଥରେ ଅଛି, ତେବେ ମୋତେ ନ୍ୟାୟ ମିଳୁ।

ଅନୁଭବ ୧୯ ତାରିଖ ଦିନ ନିଜର ୟୁଟ୍ୟୁବ୍ ଚାନେଲରେ ଏହି ନୂଆ ଭିଡିଓ ‘ଅକୁହା ସତ୍ୟ’ ଅପଲୋଡ୍ କରିଛନ୍ତି। ଦିନ ଗୋଟାଏ ବେଳକୁ ୨୦ ହଜାରରୁ ଅଧିକ ଭିୟୁ ହୋଇଥିବା ବେଳେ ୪ ହଜାରରୁ ଅଧିକ ଲାଇକ୍ ମିଳିଛି।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଛାଡ଼ପତ୍ର ମାମଲା ଅଦାଲତରେ ବିଚାରାଧୀନ ରହିଛି।

ଏଣେ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ବିଭିନ୍ନ ସଂଗିନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସଡିଜେଏମ୍ ଅଦାଲତର ଦ୍ବାରସ୍ଥ ହାଇଛନ୍ତି। ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ-୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ ଅନୁଯାୟୀ ବର୍ଷା ଏହି ମାମଲା ରୁଜୁ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ