ନୂଆଦିଲ୍ଲୀ, ୧୯|୦୫ : କାଶ୍ମୀରର ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ ଦୋଷୀ ସାବ୍ୟସ୍ତ । ଟେରର୍ ଫଣ୍ଡିଂ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନଆଇଏ କୋର୍ଟରେ ବିଚାର ବେଳେ ଏହି ପ୍ରମାଣିତ ହୋଇଛି । ତେବେ ତାଙ୍କୁ କେତେ ବର୍ଷ ଜେଲଦଣ୍ଡ ହେବ ତାହା ଆଗାମୀ ୨୫ ତାରିଖରେ ଜଣାପଡିବ ।
ସୂଚନାନୁସାରେ, ଟେରର ଫଣ୍ଡିଂ ମାମଲାରେ ୟାସିନକୁ ଏନଆଇଏ ଗିରଫ କରିଥିଲା । ସେ ନିଜେ ମଧ୍ୟ ଜମ୍ମୁ କାଶ୍ମୀରରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ସ୍ୱୀକାର କରିଥିଲା ।