ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଡ୍ରିମ୍‌ସ ହେବ ଏକକ ଘରୋଇ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : କଟକସ୍ଥିତ ଡ୍ରିମ୍‌ସ କଲେଜକୁ ଏକକ ଘରୋଇ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ। ଉଚ୍ଚତର ବୃତ୍ତିଗତ ବୈଷୟିକ ଶିକ୍ଷାଦାନ ଭାବେ ଏହାକୁ ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ କରିବା ନିମନ୍ତେ ଆଇନ ପ୍ରଣୟନ ଲାଗି ପ୍ରସ୍ତାବ ଆସିଛି। ଏହା ନିଜସ୍ବ ଅର୍ଥରେ ପରିଚାଳିତ ବହୁ ବିଭାଗୀୟ ଅନୁବନ୍ଧନ ପ୍ରଦାନ କରୁ ନ ଥିବା ଏକକ ବିଶ୍ବବିଦ୍ୟାଳୟ ହେବ। ରାଜ୍ୟ ସରକାରଙ୍କୁ କୌଣସି ଆର୍ଥିକ ସହାୟତା ରାଶି ଦାବି କରିବ ନାହିଁ। ଏହାଦ୍ବାରା ବୈଷୟିକ ଶିକ୍ଷା‌ କ୍ଷେତ୍ରରେ ବିଭିନ୍ନ ବିଷୟରେ ଶିକ୍ଷା ଓ ଗବେଷଣା ପରିସର ବୃଦ୍ଧି, ନୂଆ ପିଢ଼ିର ଯୁବଗୋଷ୍ଠୀ ବିଭିନ୍ନ ଶିଳ୍ପ ସଂସ୍ଥା ସଂସ୍ପର୍ଶରେ ଆସିବା ସହ ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମ ପଢ଼ିବା ନିମନ୍ତେ ସୁଯୋଗ ପାଇପାରିବେ। ପ୍ରସ୍ତାବିତ ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଭାଗ ଖୋଲିବା ଦ୍ବାରା ରାଜ୍ୟରେ ବହୁବିଧ ଓ ଅନ୍ତଃ-ବିଭାଗୀୟ ପାଠ୍ୟକ୍ରମ ପ୍ରଚଳନ ହୋଇପାରିବ। ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍‌ ଅନୁ ମୋଦନ ଦେଇଛି। ଖୁବ୍ ଶୀଘ୍ର ସରକାର ଡ୍ରିମ୍‌ସ୍‌ ବିଶ୍ବବିଦ୍ୟାଳୟ, ଓଡ଼ିଶା ଅଧିନିୟମ, ୨୦୨୨ ପ୍ରସ୍ତୁତ କରିବେ।

ଭୁବନେଶ୍ବରସ୍ଥିତ ଗାନ୍ଧୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ବବିଦ୍ୟାଳୟ, ଓଡ଼ିଶା ଆଇନ, ୨୦୧୮ର ଧାରା-୬, ୮, ୯, ୨୯, ୩୨, ୩୫ ଓ ୩୬କୁ ସଂଶୋଧନ କରିବାକୁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହାଦ୍ବାରା ଏହି ବିଶ୍ବବିଦ୍ୟାଳୟ ଅନ୍ୟ ଘରୋଇ ବିଶ୍ବବିଦ୍ୟାଳୟର ଦୂରନିରନ୍ତର ଶିକ୍ଷା, ଦେୟ ଢାଞ୍ଚା ଓ ଶିକ୍ଷାନୁଷ୍ଠାନକୁ ପ୍ରବେଶ ନିୟମ ସମ୍ବନ୍ଧୀୟ ଅନ୍ୟ ବିଷୟବସ୍ତୁ ସହ ସମତୁଲ ହେବ। ସିଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟ, ଓଡ଼ିଆ ଆଇନ ୨୦୧୯ର ଧାରା ୬, ୮, ୯, ୨୩, ୩୧, ୩୪ ଓ ୩୫ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ସ୍ବୀକୃତି ମିଳିଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି