ଅପରାଧ ଦେଶ ବିଦେଶ

ହରିୟାଣା ରାସ୍ତାକଡ଼ରେ ଶୋଇଥିବା ଶ୍ରମଜୀବୀଙ୍କ ଉପରେ ଚଢ଼ିଗଲା ଟ୍ରକ୍; ୩ ମୃତ, ୧୧ ଆହତ

ଚଣ୍ଡିଗଡ଼: ଆଜି ହରିୟାଣାର ଝଜ୍ଜର ଜିଲ୍ଲାରେ ଗୋଟାଏ ଟ୍ରକ୍‌ ନିୟନ୍ତ୍ରଣ ହରାଇ ମାଡ଼ିଯିବାରୁ ରାସ୍ତାକଡ଼ରେ ଶୋଇଥିବା ୩ଜଣ ପ୍ରବାସୀ ଶ୍ରମଜୀବୀଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୧ଜଣ ଆହତ ହୋଇଛନ୍ତି।

ଆସୋଧା ଟୋଲ୍‌ ପ୍ଲାଜା ଠାରୁ ପ୍ରାୟ ୨ କିଲୋମିଟର୍‌ ଦୂର କୁଣ୍ଡଲି-ମାନେଶ୍ବର-ପଲୱାଲ୍‌ ଏକ୍ସପ୍ରେସ୍‌ୱେରେ ଆଜି ପ୍ରତ୍ୟୁଷରେ ଏହି ଦୁର୍ଘଟଣା ଘଟିଛି।


ଘଟଣାସ୍ଥଳରୁ ଉତ୍ତୋଳିତ ହୋଇଥିବା ଫଟୋରେ ଓଲଟି ପଡ଼ିଥିବା ଟ୍ରକ୍ ଏବଂ ପ୍ରବାସୀ ଶ୍ରମିକମାନଙ୍କର ଶବ ଦିଶୁଛି। ପ୍ରାପ୍ତ ସୂଚନା ଅନୁସାରେ, ନିକଟରେ ଗୋଟାଏ ‘କନ୍‌ଷ୍ଟ୍ରକ୍‌ସନ୍‌ ପ୍ରୋଜେକ୍ଟ୍‌’ରେ କାର୍ଯ୍ୟ କରୁଥିବା ପ୍ରାୟ ୧୮ଜଣ ଶ୍ରମିକ ଏକ୍ସପ୍ରେସ୍‌ୱେ ପାର୍ଶ୍ବରେ ଶୋଇଥିବା ବେ‌ଳେ ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଯାଇ ସେମାନଙ୍କ ଉପରେ ଚଢ଼ିଯାଇଥିଲା।

ବରିଷ୍ଠ ପୁଲିସ ଅଧିକାରୀ ଅମିତ ଯଶବର୍ଦ୍ଧନ କହିଛନ୍ତି, ଘଟଣାସ୍ଥଳରେ ୩ଜଣ ଶ୍ରମଜୀବୀଙ୍କର ମୃତ୍ୟୁ ଘଟିଛି। ୧୨ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ରୋହତକ୍‌ର ‘ପିଜିଆଇଏମ୍‌ଏସ୍‌’କୁ ରେଫର୍‌ କରାଯାଇଛି।

ସେ ଶ୍ରମଜୀବୀମାନେ କ’ଣ କାମ କରୁଥିଲେ ବୋଲି ପଚରାଯିବାରୁ ସେ କହିଲେ, ଗୋଟାଏ ପୋଲ ପ୍ରକଳ୍ପ କାମ ପାଇଁ ସେମାନଙ୍କୁ ଅଣାଯାଇଥିଲା। ସମସ୍ତ ଶ୍ରମଜୀବୀଙ୍କ ନାଁ ଜଣାପଡ଼ି ନ ଥିଲେ ମଧ୍ୟ ସେମାନେ ଉତ୍ତର ପ୍ରଦେଶର ୨ଟି ଜିଲ୍ଲାରୁ ଆସିଥିଲେ।

ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ଟ୍ରକ୍‌ର ରେଜିଷ୍ଟ୍ରେସନ୍‌ ନମ୍ବରକୁ ଆଧାର କରି ତା’ର ମାଲିକଙ୍କ ସହ ଯୋଗାଯୋଗ କରାଯାଇଛି। ସେ କହିଛନ୍ତି ଯେ, ଟ୍ରକ୍‌ରେ ୨ଜଣ ଚାଳକ ଓ ଜଣେ ହେଲ୍‌ପର୍‌ ଥିଲେ। ତାଙ୍କ ନାଁ ଜଣାପଡ଼ିଛି ଓ ତାଙ୍କୁ ଯଥାଶୀଘ୍ର ଗିରଫ କରିବା ଲାଗି ଉଦ୍ୟମ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ