ଅପରାଧ ରାଜ୍ୟ

ପାଟଣାଗଡ଼: ନନ୍ଦପୁର ଗ୍ରାମର ଶିବ ମନ୍ଦିରରୁ ଚୋରି

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଇନପୁର ଗ୍ରାମରେ ଥିବା ଶିବ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ଶିବ ମନ୍ଦିର ପୂଜକ ନ୍ରୁପରାଜ ସେନାପତି ସକାଳୁ ପୂଜା କରିବା ପାଇଁ ଆସିଥିବା ବେଳେ ମନ୍ଦିର କିଳା ଖୋଳା ଯାଇଥିବା ଦେଖିବାକୁ ପାଇଲେ। ପରେ ମନ୍ଦିର ଭିତରକୁ ଯାଇ ଦେଖିବାରୁ ସେଠାରେ ଥିବା ପିତ୍ତଳ ଓ କଂସାର ପୂଜା ସାମଗ୍ରୀ, ୨ ଗୋଟି ଘଣ୍ଟି, ହୁଣ୍ଡି ନେଇ ଫେରାର ହୋଇ ଯାଇଥିଲେ। ପରେ ମନ୍ଦିର ପରିଚାଳନା କମିଟି ଚମ୍ପା ଲାଲ ଅଗ୍ରଓ୍ବାଲ ଓ ସଦସ୍ୟମାନେ ସେଠାରେ ପହଞ୍ଚି ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ଥାନାରେ ଅଭିଯୋଗ ହୋଇଛି। ବର୍ତ୍ତମାନ ଲରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସାଇଣ୍ଟିଫିକ ଟିମ୍‌ ଖୁବ୍ ଶୀଘ୍ର ପହଞ୍ଚିବ ବୋଲି ସୂଚନା ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।