ଅପରାଧ ରାଜ୍ୟ

ଭୁବନେଶ୍ୱରରୁ ବାରିପଦା ଚାଲାଣ ହେଉଥିଲା ଗୋରୁ ଗାଡି: ମାଡିବସିଲେ ଲୋକେ, ପୋଲିସ ଜିମା ଦେଲେ

ଭଦ୍ରକ ୧୮/୦୫: ଵେଆଇନ ଗୋରୁ ଗାଡି ଅଟକାଇ ସ୍ଥାନୀୟ ଲୋକେ ପୋଲିସର ଜିମା ଦେଲେ । ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକାଇଲେ ଓ ପାଲ ଟେକି ଦେଖିବାରୁ ସେଥିରେ ଦୁଇଟି ଗୋରୁ ବନ୍ଧା ହୋଇଥିଲେ । ଡ୍ରାଇଭରକୁ ଏ ସଂକ୍ରାନ୍ତରେ ପଚାରିବାରୁ ଡ୍ରାଇଭର କୌଣସି ସଠିକ ଉତ୍ତର ଦେଇପାରିନଥିଲା । ସ୍ଥାନୀୟ ଲୋକମାନେ ଗ୍ରାମାଞ୍ଚଳର ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଓ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ସୂଚନା ମୁତାବକ ପିକଅପ ଗାଡିଟି ଗୋରୁ ନେଇ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲା । ଡ୍ରାଇଭର କହିବା ମୁତାବକ ଵାଟରେ ବିଭିନ୍ନ ସ୍ଥାନରେ ପୋଲିସକୁ ହାତ ଗୁଞ୍ଜା ଦେଇ ଗାଡିଟିକୁ ସେ ଭଦ୍ରକ ପର୍ଯ୍ୟନ୍ତ ନେଇ ଆସିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।