ଅପରାଧ ରାଜ୍ୟ

ଶୋଇ ଯାଇଛି ପୁଲିସ୍‌! ରେଭେନ୍ସା ସାମନାରେ ଗାଡ଼ିର ଧାଡ଼ି

କଟକ: କଲେଜ ଛକରେ ରେଳ ଷ୍ଟେସନକୁ ବାଦ୍ ଦେଲେ ଅନ୍ୟ କୌଣସି ସ୍ଥାନରେ ଅଟୋ ଚାଳକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ। କିନ୍ତୁ କଲେଜ ଛକ ସ୍ଥିତି ଦିନକୁ ଦିନ ଏଭଳି ସଂଗିନ ହେଲାଣି ଯେ ନିୟନ୍ତ୍ରଣ ବାହାରେ। କଲେଜ ଛକରୁ ଆରମ୍ଭ କରି କଟକ ସୁଇଟ୍ସ ଷ୍ଟଲ୍, ବମ୍ବେ ହୋଟେଲରୁ କଲେଜ ଛକ ଟ୍ରାଫିକ ଯାଏ ଅଟୋ ଚାଳକମାନେ ମନ ଇଚ୍ଛା ଗାଡ଼ି ପାର୍କିଂ କରୁଛନ୍ତି। ଯେଉଁଠି ପାରୁଛନ୍ତି ଯାତ୍ରୀଙ୍କୁ ଗାଡ଼ି ଅଟକାଇ ଯାତ୍ରୀଙ୍କୁ ଉଠାଉଥିବାରୁ ରେଭେନ୍ସା ବିଶ୍ବବିଦ୍ୟାଳୟ ସାମନା ଅବସ୍ଥା ବିଗିଡ଼ିଗଲାଣି। ଏଥିପ୍ରତି ଟ୍ରାଫିକ ପୁଲିସ ସମ୍ପୂର୍ଣ୍ଣ ନିରବ ରହିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ‘ସମ୍ବାଦ’ ଟିମ୍ କଲେଜ ଛକର ଟ୍ରାଫିକ ବ୍ୟବସ୍ଥା ସ୍ଥିତି ପରଖିଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟ ସାମନା ପାଚେରୀ ନିକଟରେ ନୋ ପାର୍କିଂ ଜୋନ୍ ବୋର୍ଡ ଲେଖାଯାଇଥିବା ସତ୍ତ୍ବେ ସେଠାରେ ଚାରି ଚକିଆ ଗାଡ଼ି ଧାଡ଼ି ହୋଇ ପାର୍କିଂ ହୋଇଛି। ତାରିଣୀ ମନ୍ଦିର ସାମନା ଅବସ୍ଥା ବି ସେୟା। କାର୍ ଓ ଅଟୋ ଚାଳକ ପାର୍କିଂ କରୁଛନ୍ତି।

ସୁଭାଷ ବୋଷ ପ୍ରତିମୂର୍ତ୍ତି ନିକଟ ଛକ ମଝିରେ ଅଟୋ ବେଆଇନ ପାର୍କିଂ କରୁଛନ୍ତି। ଏଭଳି ଛକ ମଝିରେ ପାର୍କିଂ କରିବା ସମ୍ପୂର୍ଣ୍ଣ ନିଷେଧ। କଲେଜ ଛକରୁ ଷ୍ଟେସନବଜାର ରାସ୍ତାରେ ଦୁଇପାର୍ଶ୍ବରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଅଟୋ ଓ ଟ୍ରକ୍ ଚାଳକମାନେ ରାସ୍ତାକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ସେହିଭଳି ପୋଷ୍ଟ୍‌ ଅଫିସରୁ ବମ୍ବେ ହୋଟେଲ ଯାଏ ରାସ୍ତାର ଦୁଇ ପଟେ ବି ବେଆଇନ ପାର୍କିଂ ହୋଇଛି। ଏ ସଂପର୍କରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିବା ବେଳେ ଟ୍ରାଫିକ ପୁଲିସ ହାତ ବାନ୍ଧି ବସିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।