ଅପରାଧ ରାଜ୍ୟ

ଗୁଣି ଗାରେଡି ସନ୍ଦେହ, ପ୍ରଜାକୋର୍ଟରେ ମିଳିଲା ମୃତ୍ୟୁ ଦଣ୍ଡ

ମାଲକାନଗିରି ୧୮।୦୫ : ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ । ଗାଁ ଲୋକଙ୍କ ଉପସ୍ଥିତିରେ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି କାଙ୍କୁରୁକୋଣ୍ଡା ଗାଁର ପଦିଆ ମାଡକାମୀ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା କାଙ୍କୁରୁକୋଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ, କାଙ୍କୁରୁକୋଣ୍ଡା ଗାଁରେ ଗୁଣି ଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ । ଗାଁ ଲୋକଙ୍କ ଉପସ୍ଥିତିରେ କାଙ୍କୁରୁକୋଣ୍ଡା ଗାଁରେ ସଭା ଚାଲୁଥିବା ବେଳେ କିଛି ଯୁବକ ବୟସ୍କ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ।ମୃତକ କାଙ୍କୁରୁକୋଣ୍ଡା ଗାଁର ପଦିଆ ମାଡକାମୀ ବୋଲି ଜଣାପଡିଛି ।

ସେପଟେ ହତ୍ୟା ପରେ କାଙ୍କୁରୁକୋଣ୍ଡା ଗାଁ ପୁରୁଷ ଶୁନ୍ୟ ହୋଇଯାଇଥିବା ବେଳେ ଗାଁରେ କାଲିମେଳା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି । ବିଭିନ୍ନ ଦିଗରୁ ଖୋଳତାଡ଼ ଆରମ୍ଭ କରିଛି କାଲିମେଳା ଥାନା ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।