ଅପରାଧ ଦେଶ ବିଦେଶ

ଦୁଃସ୍ବପ୍ନ ଦେଖି ଡରିଗଲେ ଚୋର, ୧୬ ଚୋରି ମୂର୍ତ୍ତି ଫେରାଇଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଅତି ଚମତ୍କାର ଘଟଣା ଘଟିଛି। ୩୦୦ ବର୍ଷର ଏକ ପୁରୁଣା ବାଲାଜୀ ମନ୍ଦିରରୁ ଗତ ସପ୍ତାହରେ ୧୬ଟି ମୂର୍ତ୍ତି ଚୋରି ହୋଇଥିଲା। ଗୋଟିଏ ଗ୍ୟାଙ୍ଗ୍‌ ଏହି ଚୋରି କରିଥିଲା। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଚୋରମାନେ ଅତି ଭୟଙ୍କର ଦୁଃସ୍ବପ୍ନ ଦେଖିଥିଲେ। ଏହାପରେ ସେମାନେ ସମସ୍ତ ଚୋରି ମୂର୍ତ୍ତି ଫେରାଇ ଦେଇଛନ୍ତି। ସୋମବାର ରାତିରେ ସେମାନେ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ଘର ନିକଟରେ ଏହି ମୂର୍ତ୍ତିଗୁଡ଼ିକୁ ରଖି ଯାଇଛନ୍ତି। ଏଥିସହ ସେମାନେ ଏକ ଚିଠି ମଧ୍ୟ ଛାଡ଼ି ଯାଇଛନ୍ତି। ବାରମ୍ବାର ଦୁଃସ୍ବପ୍ନ ଦେଖିବାରୁ ସେମାନେ ଚୋରି ମୂର୍ତ୍ତି ଫେରାଇ ଦେଇଥିବା ସ୍ବୀକାର କରିଛନ୍ତି। ସେମାନଙ୍କୁ କ୍ଷମା କରିଦେବା ପାଇଁ ସେମାନେ ଚିଠିରେ କହିଛନ୍ତି। ଚୋରି ହୋଇଥିବା ମୂର୍ତ୍ତି ମଧ୍ୟରୁ ଗୋଟିଏ ମୂର୍ତ୍ତି ଅଷ୍ଟଧାତୁରେ ନିର୍ମିତ। ଏହାର ଓଜନ ୫ କିଲୋଗ୍ରାମ୍‌। ଏଥିରେ ଚାନ୍ଦି ମଧ୍ୟ ବ୍ୟବହାର ହୋଇଛି। କିନ୍ତୁ କୌଣସି ‌ଚୋରଙ୍କୁ ଚିହ୍ନଟ କରାଯାଇନାହିଁ। ମୂର୍ତ୍ତି ଚୋରି କରିବାପରେ ସେମାନେ ଶାନ୍ତିରେ ଖାଇପାରିନଥିବା କି ଶୋଇ ପାରିନଥିବା କହିଛନ୍ତି। ତେଣୁ ସେମାନେ ଏହି ମୂର୍ତ୍ତି ଗୁଡ଼ିକ ଫେରାଇ ଦେଇଛନ୍ତି।

ବନ୍ଧୁକ ମୁନରେ ବିଚାରପତିଙ୍କ ଘରୁ ଚୋରି
ପାଟନା‌: ବିହାରରେ ଜଣେ ବିଚାରପତିଙ୍କ ଘରୁ ଚୋରି ହୋଇଛି। ବିଚାରପତି କୋର୍ଟ ଯିବାପରେ ୩ ଜଣ ବନ୍ଧୁକଧାରୀ ବ୍ୟକ୍ତି ମଙ୍ଗଳବାର ସକାଳେ ତାଙ୍କ ଘରେ ପଶି ବନ୍ଧୁକମୁନରେ ସବୁ ଲୁଟି ନେଇଛନ୍ତି। ମାଜିଷ୍ଟ୍ରେଟ୍‌ ମହେଶ୍ବର ନାଥ ପାଣ୍ଡେ କୋର୍ଟରେ ଥିବା ସମୟରେ ସକାଳ ୧୦ଟାରେ ଏହି ଚୋରି ହୋଇଛି। ତାଙ୍କ ପତ୍ନୀ, ୫ ବର୍ଷର ଝିଅ ଏବଂ ଜଣେ ଘରୋଇ ସହାୟକ ଘରେ ଥିଲେ। ତେବେ କିଛି ଲୋକ ପ୍ରଥମେ ବିଚାରପତିଙ୍କ ସହ କଥା ହେବାକୁ ଚାହିଥିଲେ। ବିଚାରପତି ଘରେ ନାହାନ୍ତି ବୋଲି କହିବାପରେ ବି ସେମାନେ ପାଣି ପିଇବାପାଇଁ ମାଗିଥିଲେ ଏବଂ ଘର ଭିତରକୁ ପଶିଥିଲେ। ଏହାପରେ ପ୍ରଥମେ ସେମାନେ ଅସ୍ତ୍ର କାଢ଼ି ବିଚାରପତିଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ। ପାଣ୍ଡେଙ୍କ ପତ୍ନୀ କହିଛନ୍ତି, ଚୋରମାନେ ଘରେ ଥିବା ସମସ୍ତ ଟଙ୍କା ଏବଂ ସୁନା ଚୋରି କରିନେଇଛନ୍ତି। ସେ ପିନ୍ଧିଥିବା ଗହଣା ଏବଂ ମୋବାଇଲ ଫୋନ୍‌ ବି ଚୋରି କରିନେଇଛନ୍ତି। ପାଣ୍ଡେ ରୋହତସ ଜିଲ୍ଲା ବିକ୍ରମଗଂଜ ସବ୍‌ ଡିଭିଜନାଲ୍‌ କୋର୍ଟରେ ଅଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ