ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନ ନାଗରିକଙ୍କୁ ଭିସା ପାଇଁ ଲାଞ୍ଚ ଅଭିଯୋଗ: ଚିଦମ୍ବରମ ବାପ-ପୁଅଙ୍କ ଘରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ ଏକ ନୂ୍ଆ ବିବାଦରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ଏକ ନୂଆ ଦୁର୍ନୀତି ଅଭିଯୋଗ ଆସିଛି। ଭିସା ପାଇଁ ୫୦ ଲକ୍ଷ ଟଙ୍କା ଲା‌ଞ୍ଚ ନେଇଥିବା ଅଭିଯୋଗ‌ରେ କାର୍ତ୍ତି ଚିଦମ୍ବରମଙ୍କ ବାସଭବନ ସହ ତାଙ୍କ ସହ ଜଡ଼ିତ ବିଭିନ୍ନ ସମ୍ପତ୍ତି ଉପରେ ଆଜି ସିବିଆଇ ଚଢ଼ଉ କରିଛି। ସିବିଆଇ ଆଜି ଚେନ୍ନାଇ, ମୁମ୍ବାଇ, କର୍ଣ୍ଣାଟକ, ପଂଜାବ ଏବଂ ଓଡ଼ିଶା ଭଳି ୧୦ଟି ସ୍ଥାନରେ ଚଢ଼ଉ କରିଛି। ପଂଜାବରେ ଏକ ପ୍ରକଳ୍ପରେ କାମ କରିବାପାଇଁ ଚୀନ୍‌ ନାଗରିକଙ୍କୁ ଭିସା ଦେବାରେ କାର୍ତ୍ତି ବେଆଇନ କାର୍ଯ୍ୟରେ ଲିପ୍ତ ହୋଇଥିଲେ। କାର୍ତ୍ତିଙ୍କର ଏକ କମ୍ପାନି ଏହି ପ୍ରକଳ୍ପ କାମ ପାଇଁ ଚୀନ୍‌ କର୍ମଚାରୀଙ୍କୁ ଭିସା ଦେବାକୁ ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ସିବିଆଇ ଏନେଇ କାର୍ତ୍ତିଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛି।

ଅନ୍ୟପକ୍ଷେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ କହିଛନ୍ତି,ଦିଲ୍ଲୀ ଏବଂ ଚେନ୍ନାଇ ସ୍ଥିତ ତାଙ୍କ ବାସଭବନରେ ଆଜି ସିବିଆଇ ଅଧିକାରୀମାନେ ଚଢ଼ଉ କରିଛନ୍ତି। ସିବିଆଇ ଟିମ୍‌ ଦ୍ବାରା ତାଙ୍କୁ ଏକ ଏତଲା ଦେଖାଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ସେଥିରେ ତାଙ୍କ ନାଁ ନାହିଁ। ସିବିଆଇ ଦଳ ମୋ ଘରୁ କିଛି ପାଇନାହାନ୍ତି କି କିଛି ଜବତ କରିନାହାନ୍ତି। ତେବେ ଚଢ଼ଉ କରିବାର ସମୟ ଖୁବ୍‌ ଆଶ୍ଚର୍ଯ୍ୟଜନକ ବୋଲି ପି ଚିଦମ୍ବରମ ଏକ ଟ୍ବିଟ୍‌ କରି କହିଛନ୍ତି। କଂଗ୍ରେସ ଏହାର କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ କହିଛନ୍ତି, ବିଜେପି କଂଗ୍ରେସ ସଦସ୍ୟଙ୍କ ଉପରେ ଚଢ଼ଉ କରି ଦଳକୁ ଦୁର୍ବଳ କରିଦେବାକୁ ଚାହୁଛି। ଖଡ଼ଗେ କହିଛନ୍ତି, କଂଗ୍ରେସ ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଣେ ଭଲ ଓକିଲ ଏବଂ ଅର୍ଥନୀତିଜ୍ଞ। କିନ୍ତୁ ସେ ସ୍ବର ଉତ୍ତୋଳନ କରୁଥିବାରୁ ଏବଂ ବିଭିନ୍ନ ବିତର୍କରେ ଯୋଗ ଦେଉଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଉଛି। କଂଗ୍ରେସରେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କୁ ଟ‌ା‌ର୍ଗେଟ୍‌ କରାଯାଉଛି ବୋଲି ଖଡ଼ଗେ କହିଛନ୍ତି। ଚୀନର ପ୍ରାୟ ୩୦୦ ଲୋକଙ୍କୁ ଭିସା ଦେବା ପାଇଁ କାର୍ତ୍ତୀ ଏହି ଲାଞ୍ଚ ନେଇଥିବା କୁହାଯାଇଛି। ପି ଚିଦମ୍ବରମ କେନ୍ଦ୍ର ଗୃହମନ୍ତ୍ରୀ ଥିବା ସମୟରେ ଏହି ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ