ଅପରାଧ ରାଜ୍ୟ

ବିବାହର ଦୁଇମାସ ପରେ ସ୍ୱାମୀ ଜାଣିଲା ସ୍ତ୍ରୀ ୬ ମାସର ଗର୍ଭବତୀ, ହାରିଦେଲା ଜୀବନ !

ସମ୍ୱଲପୁର ୧୮/୦୫: ବିବାହ ପୂର୍ବରୁ ସ୍ତ୍ରୀ ଗର୍ଭବତୀ ଥିବା ଜାଣିବାରୁ ସ୍ବାମୀଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଲି ଗ୍ରାମରେ । ବ୍ୟକ୍ତି ଜଣଙ୍କ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ କୁକୁଡାବାହିଳିର ମୋହନ ଦେହୁରୀ ଡଙ୍ଗାପଥରର ଜଣେ ଯୁବତୀଙ୍କୁ ବୈଦିକ ରିତୀନୀତିରେ ବିବାହ କରିଥିଲେ । ହେଲେ ବିବାହର ୨ମାସ ପରେ ସ୍ତ୍ରୀ ୬ ମାସର ଗର୍ଭବତୀ ଥିବା ମୋହନ ଜାଣିବାକୁ ପାଇଥିଲେ । ଏହାପରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା ।

ଏହି ଘଟଣାକୁ ନେଇ ରେଢାଖୋଲ ଥାନା ଓ ଗାଁ କମିଟିରେ କଥା ପଡିଥିଲା । ଏହାପରେ ପତ୍ନୀ ବାପ ଘରେ ରହୁଥିଲେ । ତେବେ ମୋହନଙ୍କୁ ତାଙ୍କ ପତ୍ନୀ ସବୁବେଳେ ଫୋନ୍ କରି ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।