ଅପରାଧ ରାଜ୍ୟ

ରାତିରୁ ଧାରଣାରେ ବସିଛନ୍ତି ଗାଁଲୋକ, କ୍ଷତିପୂରଣ ଦାବିରେ ଚାଲିଛି ପ୍ରତିବାଦ

ନବରଙ୍ଗପୁର ୧୮।୦୫ : ଅଜଣା ଗାଡି ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ଶବ ରଖି ପ୍ରତିବାଦ ଓ ରାସ୍ତାରୋକ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗାଁରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା ।

ଖବର ଅନୁଯାୟୀ, ସିନ୍ଧିଗୁଡା ଗାଁର ଯୁଧେଷ୍ଟି ଭତରାଙ୍କ ୮ ବର୍ଷର ପୁଅ ହିମାଂଶୁ ଭତରା ତାଙ୍କ ସାଙ୍ଗ ମହେଶ ଭତରା ସହିତ ମିଶି ସକାଳେ ସ୍କୁଲ ଯିବା ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ହିମାଂଶୁ ରକ୍ତାକ୍ତ ହୋଇ ରାସ୍ତାରେ ପଡି ଛଟପଟ ହେଉଥିବା ସତ୍ୱେ ଡ୍ରାଇଭର ଗାଡ଼ିକୁ ନେଇ ଚମ୍ପଟ ମାରିଥିଲା। ପରେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ହିମାଂଶୁଙ୍କୁ ଗୁରୁତର ଅବସ୍ଥାରେ ବାଇକ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ କୋରାପୁଟରେ ହିମାଂଶୁର ମୃତ୍ୟୁ ହୋଇଥିବା ଖବର ଆସିଛି । ତାଙ୍କ ସହିତ ଥିବା ମହେଶ ଭତରାଙ୍କ ଗୋଡରେ ଭୀଷଣ ଆଘାତ ଲାଗିଛି । ନବରଙ୍ଗପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ଅଜଣା ଗାଡିଟିର କୌଣସି ସୁରାକ ପାଇ ପାରିନାହାନ୍ତି ।

ସେହିପରି କ୍ଷତିପୂରଣ ଦାବିରେ ମୃତଦେହକୁ ରଖି ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ ଲୋକ l ଘଟଣାସ୍ଥଳରେ ପୋଲିସ, ନବରଙ୍ଗପୁର ତହସିଲଦାର, ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । କିନ୍ତୁ ଉତ୍ୟକ୍ତ ଲୋକ ଧାରଣାରୁ ହଟିନାହାନ୍ତି ଆନ୍ଦୋଳନକାରୀ । ରାତିତମାମ ଶବକୁ ଧରି ରାସ୍ତାରେ ବସି ରହିଛନ୍ତି। ଏବେ ବି ଧାରଣା ଚାଲୁଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଚିହ୍ନଟ କରି ନବରଙ୍ଗପୁର ଥାନାରେ ଅଟକ ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।