ତେଲକୋଇ ୧୮।୦୫: କେନ୍ଦୁଝର ତେଲକୋଇରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ କୁଲାଡେରା ଗାଁର ନିଧିଆ ନାୟକ ଗୁରୁତର । ତାଙ୍କୁ ତେଲକୋଇ ମେଡିକାଲକୁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।
ଖବର ଅନୁଯାୟୀ, ମଙ୍ଗଳବାର ହଜିଯାଇଥିବା ବଳଦକୁ ଖୋଜିବା ପାଇଁ ବନବିହାରିପୁର ଗାଁ ଜୁଆଙ୍ଗ ସାହିକୁ ଯାଇଥିଲେ। ତେବେ ସଂଧ୍ୟା ହୋଇଯିବାରୁ ଘରକୁ ଫେରିପାରି ନଥିଲେ। ଜଣେ ପରିଚିତ ଲୋକଙ୍କ ଘରେ ରହିଯାଇଥିଲେ। ଆଜି ସକାଳୁ କାଜୁ ବଗିଚା ଦେଇ ଘରକୁ ଫେରୁଥିବା ବେଳେ ନିଧିଆ ନାୟକଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା ହାତୀ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ନିଧିଆଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । ୧୦ ଦିନ ତଳେ ସେହି କାଜୁବଗିଚାରେ ଆଉ ଜଣେ ମହିଳା ଙ୍କୁ ଗୋଠଛଡା ଦନ୍ତା ଦଳିଦେଇଥିଲା।