ଖେଳ ଦେଶ ବିଦେଶ

ମାର୍ସଙ୍କ ମହତ୍ବପୂର୍ଣ୍ଣ ଅର୍ଦ୍ଧଶତକ, କିଙ୍ଗ୍ସକୁ ହରାଇ ଚତୁର୍ଥରେ କ୍ୟାପିଟାଲ୍ସ

ମୁମ୍ବାଇ: ପ୍ଲେ ଅଫ୍ ପ୍ରଦେଶ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମୁକାବିଲାକୁ ୧୭ ରନ୍‌ରେ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ୍‌ ତାଲିକାର ଚତୁର୍ଥ ସ୍ଥା‌ନକୁ ଉନ୍ନୀତ ହୋଇଛି। ତା ସହ ନିଜ ପ୍ଲେ ଅଫ୍ ପ୍ରବେଶ ଆଶାକୁ ଆହୁରି ଦୃଢ଼ କରିଛି। ତ୍ରୟୋଦଶ ମ୍ୟାଚ୍‌ରୁ ଦିଲ୍ଲୀର ଏହା ସପ୍ତମ ବିଜୟ ଥିଲା। ଅନ୍ୟପକ୍ଷରେ ସେହି ତ୍ରୟୋଦଶ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରିଥିବା ପଞ୍ଜାବ କିଙ୍ଗ୍ସର ପ୍ଲେ ଅଫ୍ ପ୍ରବେଶ ନେଇ ଆଶଙ୍କା ସୃଷ୍ଟି ହୋଇଛି। ପଞ୍ଜାବ ହାତରେ ଆଉ ଗୋଟିଏ ମ୍ୟାଚ୍ ଥିଲେ ମଧ୍ୟ ବିଯୁକ୍ତାତ୍ମକ ରନ୍ ହାର ପାଇଁ ଏହି ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିବାର ସମ୍ଭାବନା ଯଥେଷ୍ଟ ବଢ଼ିଯାଇଛି।

୧୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପଞ୍ଜାବ ସୋମବାର କେବେବି ବିଜୟର ନିକଟତର ‌ହୋଇ ପାରି ନଥିଲା। ୬୭ ରନ୍‌ରେ ୬ ୱିକେଟ୍ ହରାଇ ବଡ଼ ପରାଜୟ ଆଡ଼କୁ ଆଗ୍ରସର ହେଉଥିଲା। ତେବେ ୱିକେଟ୍ ରକ୍ଷକ ଜିତେଶ ଶର୍ମାଙ୍କ ୪୪ ଏବଂ ସ୍ପିନର ରାହୁଲ ଚହରଙ୍କ ୨୫* ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୧୪୨ ରନ୍ କରି ପରାଜୟ ବ୍ୟବଧାନକୁ କିଛିଟା କମାଇ ପାରିଥିଲା। ୩୬ ରନ୍‌ ଦେଇ ୪ ୱିକେଟ୍‌ ନେଇଥିବା ଶାର୍ଦୁଳ ଠାକୁର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ମାର୍ସଙ୍କ ମହତ୍ବପୂର୍ଣ୍ଣ ଅର୍ଦ୍ଧଶତକ
ସୋମବାର ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦିଲ୍ଲୀ ତା’ ବ୍ୟାଟିଂ ବାହିନୀର ଅନ୍ୟତମ ଯୋଦ୍ଧା ତଥା ଓପନର ଡେଭିଡ୍ ୱାର୍ଣ୍ଣରଙ୍କୁ ପ୍ରଥମ ବଲ୍‌ରେ ହିଁ ହରାଇଥିଲା। ଲିୟାମ ଲିଭିଂଷ୍ଟୋନ୍ ତାଙ୍କ ରାହୁଲ ଚହରଙ୍କ ହାତରେ କ୍ୟାଚ୍ କରାଇ ଖାତା ଖୋଲିବା ପୂର୍ବରୁ ଦିଲ୍ଲୀକୁ ପ୍ରଥମ ଝଟ୍‌କା ‌ଦେଇଥିଲେ। ଏହା ପରେ ସର୍ଫରାଜ ଖାନ୍ (୩୨) ଏବଂ ମିଚେଲ ମାର୍ସ (୬୩)ଙ୍କ ମଧ୍ୟରେ ୫୧ ରନ୍‌ର ଭାଗୀଦାରି ହୋଇଥିଲା। ଏହି ଯୋଡ଼ି ବିପଜ୍ଜନକ ହେବା ପୂର୍ବରୁ ଅର୍ଶଦୀପ ସିଂହ ସର୍ଫରାଜଙ୍କୁ ନିଜ ଶିକାର କରି ‌ନେଇଥିଲେ। ଏହା ପରେ ଲଲିତ ଯାଦବ (୨୪) ମାର୍ସଙ୍କୁ କିଛିଟା ସମର୍ଥନ ଦେଇଥିଲେ। ଲଲିତ ଆଉଟ୍ ହେବା ପରେ କିନ୍ତୁ ଦିଲ୍ଲୀ ୫ ରନ୍ ଭିତରେ ଅଧିନାୟକ ଋଷଭ ପନ୍ତ (୭) ଏବଂ ରୋଭମନ ପାୱେଲ (୨)ଙ୍କୁ ହରାଇ ବାଟ ହୁଡ଼ିଥିଲା। ମାର୍ସଙ୍କୁ କାଗିସୋ ରବାଦା ପ୍ୟାଭିଲିୟନ ଫେରାଇବା ପରେ ଦିଲ୍ଲୀର ଦ୍ରୁତ ରନ୍ ସଂଗ୍ରହରେ ଏକପ୍ରକାର ବ୍ରେକ୍ ଲାଗି ଯାଇଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ପତନ ଫଳରେ ଏହି ଦଳ ଶେଷ ଦୁଇ ଓଭରରୁ ମାତ୍ର ୧୦ ରନ୍ ସଂଗ୍ରହ କରିପାରିଥିଲା। ଲିଭିଂଷ୍ଟୋନ୍ ଏବଂ ଅର୍ଶଦୀପ ତିନିଟି ଲେଖାଏଁ ୱିକେଟ୍ ନେଇ ଦିଲ୍ଲୀର ତାରକା ଖଚିତ ବ୍ୟାଟିଂ ବାହିନୀର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଶେଷରେ ଦିଲ୍ଲୀ ୧୫୯/୭ରେ ଅଟକି ଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ