ଅପରାଧ ରାଜ୍ୟ

ଛୁଟି ମିଳିଲାନି, ଜୀବନ ହାରିଲେ ଅଗ୍ନିଶମ କର୍ମଚାରୀ: ବୁଡ଼ାକେନ୍ଦୁ ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

ଭଞ୍ଜନଗର ୧୭/୦୫: ଭଞ୍ଜନଗର ଗାଙ୍ଗପୁର ଥାନା ବୁଡ଼ାକେନ୍ଦୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଦମକଳ ବାହିନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରିଛି ଗାଙ୍ଗପୁର ଥାନା ପୋଲିସ । ମୃତକ ହେଲେ ଦୟାନିଧି ମହନ୍ତ ସେ ଆସିକା ଦମକଳ ବାହିନୀରେ ଡ୍ରାଇଭର ହାବିଲଦାର ରୂପେ କାର୍ଯ୍ୟରତ ଥିଲେ । ଗତ ରାତିରେ ସେ ମାନସିକ ଭାରାକ୍ରାନ୍ତ ହୋଇ ବିଭାଗ ର ଗାଡ଼ିନେଇ ଏହି ବୁଡ଼ାକେନ୍ଦୁ ଜଙ୍ଗଲକୁ ଆସି ଆତ୍ମ ହତ୍ୟା କରିଛନ୍ତି ।

ଘଟଣା ସ୍ଥଳରେ କିଛି ସୁଇସାଇଡ ନୋଟ୍ ମଧ୍ୟ ଛାଡି ଯାଇଛନ୍ତି । ସେ ମୃତ୍ୟୁ ପୂର୍ବରୁ ଏକ ହାତ ଲେଖା ଚିଠି ଲେଖି ତାଙ୍କର ସମସ୍ତ ଦୁଃଖ କଥା ଜଣାଇଛନ୍ତି । ଛୁଟି ନ ମିଳିବାରୁ ଏପରି ଘଟାଇ ଥିବା ଲେଖିଛନ୍ତି । ଦୟାନିଧିଙ୍କ ଘର କେନ୍ଦୁଝର ହୋଇଥିବାରୁ ସେ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କ ପାଖକୁ ଯାଇ ପାରୁନଥିଲେ । ଯାହା ଫଳରେ ତାଙ୍କ ତାଙ୍କ ପରିବାର ମଧ୍ୟରେ ସବୁବେଳ ଅଶାନ୍ତି ଲାଗି ରହୁଥିଲା ।

ଏହିପରି ଅନେକ ଅଶାନ୍ତିକୁ ସହ୍ୟ କରିନପାରି ଆତ୍ମ ହତ୍ୟା କରିଥିବା ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବହୁତ କିଛି ଲେଖି ତାଙ୍କ ଦୁଇଟି ସନ୍ତାନର ଦାୟିତ୍ୱ ଦେଇ ଆତ୍ମହତ୍ୟା କରିଛନ୍ତି । ଗାଙ୍ଗପୁର ପୋଲିସ ଘଟଣା ସ୍ଥଳ ରେ ପହଂଚି ମୃତଦେହକୁ ଜବତ କରି ତଦନ୍ତ କରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।