ଅପରାଧ ରାଜ୍ୟ

ଝାରସୁଗୁଡ଼ାରେ ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

ଝାରସୁଗୁଡ଼ା ୧୭।୦୫: ଝାରସୁଗୁଡ଼ାରେ ସିବିଆଇ ରେଡ୍‌ । ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ବଙ୍କୁ ପୁଅ କୀର୍ତ୍ତି ଚିଦାମ୍ବରମ୍‌ଙ୍କ ଲିଙ୍କରେ ରେଡ୍‌ କରୁଛି ସିବିଆଇ । ଏକକାଳୀନ ୬ଟି ରାଜ୍ୟର ୯ଟି ସ୍ଥାନରେ ସକାଳ ୬ରୁ ଚାଲିଛି ରେଡ୍ ।

ଖବର ଅନୁଯାୟୀ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କର ବେଆଇନ୍‌ ଅର୍ଥ କାରବାର ମାମଲାରେ ସିବିଆଇ ଦେଶର ୯ଟି ସ୍ଥାନରେ ଚଢ଼ାଉ କରିଛି। ଏହିକ୍ରମରେ ଝାରସୁଗୁଡ଼ାର ବେଦାନ୍ତ ଆଲୁମିନା ପ୍ରକଳ୍ପରେ ତଦନ୍ତ କରୁଛି ୭ ଜଣିଆ ସିବିଆଇ ଟିମ । ମଙ୍ଗଳବାର ସକାଳ ୭ଟାରେ ସିବିଆଇ ଝାରସୁଗୁଡ଼ାରେ ପହଞ୍ଚି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସଂଗ୍ରହ କରିଥିଲେ। ଏପିରିକି ବେଦାନ୍ତ କାରଖାନାର ସିପିପି ପ୍ଲାଣ୍ଟ ନିର୍ମାଣ ଓ ପରିଚାଳନାରେ ଚାଇନା କମ୍ପାନୀ ସେପକୋକୁ ଅନୁମତି ପ୍ରଦାନ ଏବଂ ୨୫୦ରୁ ଅଧିକ ଚୀନ ନାଗରିକଙ୍କ ଭିସା ପ୍ରଦାନରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା । ଏହି ସବୁ ଅଭିଯୋଗରେ ଦୀର୍ଘ ୬ ଘଣ୍ଟା ଧରି ଖୋଳତାଡ କରିଥିଲେ ସିବିଆଇର ଅଧିକାରୀ । ତେବେ ତଦନ୍ତରେ କମ୍ପାନୀ ପକ୍ଷରୁ ସଂପୂର୍ଣ୍ଣ ସହଯୋଗ କରାଯାଇଛି ବୋଲି ବେଦାନ୍ତ କହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।