ଖୋର୍ଦ୍ଧା ୧୭/୦୫: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଉତପଡା ସଂପ୍ରସାରିତ ଶାଖାର ଜମାକାରୀ ମାନେ ପ୍ରାୟ ଏକକୋଟି ପଚାଶ ଲକ୍ଷ ଟଙ୍କା ହଡପ ହୋଇଥିବା ସମ୍ବନ୍ଧରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ ଅବଗତ କରାଥିଲେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆଦେଶକ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷ ହଡପକାରୀମାନଙ୍କ ବିରୋଧରେ ଥାନାରେ ଏତଲା ଦାୟର କରିଥିଲେ ।
ଇତି ମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କର୍ଯ୍ୟାନୁଷ୍ଠାନ ହୋଇନାହିଁ । ଜମା ଟଙ୍କା ଫେରସ୍ତ ପାଇବା ଏବଂ ଟଙ୍କା ହଡପ କରିଥିବା ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜମାକାରୀମାନେ ବେଗୁନିଆ ଥାନା ଆଗରେ ଧାରଣା ଦେଇଥିଲେ ପରେ ବେଗୁନିଆ ଥାନା ଅଧିକାରୀ ବୁଝାସୁଝା କଲା ପରେ ଧାରଣା ପ୍ରତ୍ୟାହର ହୋଇଛି ।