ଅପରାଧ ରାଜ୍ୟ

ଓଲଟିଲା ବୋଲେରୋ: ୧୪ ପକେଟ୍ ଗଞ୍ଜେଇ ଛାଡ଼ି ଡ୍ରାଇଭର ଓ ବ୍ୟବସାୟୀ ଫେରାର୍

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୁଟୁଣିପଦର ବ୍ରିଜ ନିକଟରେ ଚୋରାରେ ଚାଲାଣ ହେଉଥିବା ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଓଲଟିପଡ଼ିଛି। ବୋଲେରୋଟି ଓଲଟି ପଡ଼ିବା ପରେ ଗାଡ଼ି ଭିତରେ ଥିବା ୧୪ ପକେଟ୍ ଗଞ୍ଜେଇ ବାହାର କରି ବ୍ରିଜ୍ ନିକଟରେ ଫୋଫାଡି ଦେଇ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି।

ଏବେ ବି ଓଲଟି ପଡ଼ିଥିବା ବୋଲେରୋ ସହ ୧୪ ପକେଟ୍ ଗଞ୍ଜେଇ ସେଠାରେ ହିଁ ପଡ଼ିରହିଛି। ପୁଲିସ କିଛି ସମୟ ତଳେ ସୂଚନା ପାଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତ୍ରିରେ ଗଞ୍ଜେଇ ମାଫିଆମାନେ ଚୋରାରେ ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ବୋଲେରୋକୁ ଲକ୍ଷ୍ମୀପୁର ବ୍ଲକ ଦେଇ କଳାହାଣ୍ଡିକୁ ଚାଲାଣ କରୁଥିବା ସମୟରେ ଅଧାବାଟରେ ବୋଲେରୋ ଓଲଟି ଯାଇଥିବା ଅନୁମାନ କରାଯାଉଛି।

ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି ଅଞ୍ଚଳରୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ବାଟରେ ପଡ଼ୁଥିବା ଥାନା କର୍ମଚାରୀମାନଙ୍କୁ କିପରି ସୁଚନା ମିଳିପାରୁନାହିଁ, ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଠି କରୁଛି। ଗତକାଲି ରାତ୍ରିରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇନଥିଲେ ଅତି ସହଜରେ ୧୪ ପକେଟରେ ରହିଥିବା ପ୍ରାୟ ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ କୋରାପୁଟ ଜିଲ୍ଲା ପାର କରି ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଇ ପାରିଥାନ୍ତେ ବୋଲି ଅନୁମାନ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।