ଅପରାଧ ରାଜ୍ୟ

ଘରୋଇ କଳହର କରୁଣ ପରିଣତି, ପୁଅର ଚାପୁଡାରେ ବାପାର ଜୀବନ ଗଲା

ଘଟଗାଁ, ୧୬।୦୫: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ମହୁଲପଙ୍ଗା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଚାପୁଡା ମାଡରେ ବାପର ମୃତ୍ୟୁ ହୋଇଛି । ମୃତକ ହେଲେ ଶଙ୍କରା ମାଝୀ । ଅଭିଯୁକ୍ତ ପୁଅ ଲକ୍ଷଣ ମାଝୀକୁ ଅଟକରଖି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଗତକାଲି ଦିନ ୧୨ଟା ସମୟରେ କୌଣସି କାରଣରୁ ବାପ-ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମଣ ମାଝି ତାଙ୍କ ବାପାଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ । ଯାହାଦ୍ୱାରା ବାପା ଶଙ୍କରା ମାଝୀ ତଳେ କଚାଡି ହୋଇ ପଡିରହିଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଏକଥାକୁ ଲୁଚାଇବାକୁ ଯାଇ ଘରଲୋକେ ଘଟଣା ସମ୍ପର୍କରେ କାହାରିକୁ ଜଣାଇନଥିଲେ । ଆଜି ସନ୍ଧ୍ୟା ସମୟରେ କୌଣସି ସୁତ୍ରରୁ ଜାଣି ପୋଲିସକୁ ଖବର ଦେବା ପରେ ପୋଲିସ୍ ଘଟଣା ସ୍ଥଳକୁ ଯାଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।