ଅପରାଧ ରାଜ୍ୟ

ପରକୀୟା ପ୍ରୀତି ସନ୍ଦେହରେ ପ୍ରଜାକୋର୍ଟ, ଫାଟକରେ ଯୁବକ ଏବଂ ବିଧବା ମହିଳାଙ୍କୁ ବାନ୍ଧିଲେ ଲୋକେ

ଯାଜପୁର, ୧୬/୦୫: ପରକୀୟା ପ୍ରୀତି ସନ୍ଦେହରେ ପ୍ରଜାକୋର୍ଟ । ଗାଁ ଦାଣ୍ଡରେ ଯୁବକ ଓ ବିଧବା ମହିଳାଙ୍କୁ ବାନ୍ଧି ପ୍ରଜାକୋର୍ଟ କଲେ ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ଗ୍ରାମରେ । ସୂଚନା ମୁତାବକ ସଂସାଇଲୋ ଗ୍ରାମର ଅନୁସୂଚିତ ଜାତି ସଂପ୍ରଦାୟର ଜଣେ ବିଧବା ମହିଳାଙ୍କ ଘରକୁ ସ୍ଥାନୀୟ ଅତା ଗ୍ରାମର ଗଗନ ମଲିକ ନାମକ ଜଣେ ଯୁବକ ସବୁ ସମୟରେ ଯିବା ଆସିବା କରନ୍ତି । ତେଣୁ ଉଭୟଙ୍କ ମଧ୍ୟରେ ପରକୀୟା ପ୍ରୀତି ଥିବା ଗ୍ରାମବାସୀ ସନ୍ଦେହ କରି ଆସୁଥିଲେ।

ତେବେ ଗତ ଶନିବାର ରାତିରେ ଗଗନ ସମ୍ପୃକ୍ତ ମହିଳାଙ୍କ ଘରୁ ବାହାରୁଥିବା ଦେଖି ଗ୍ରାମର କିଛି ଲୋକ ଉଭୟଙ୍କୁ ଅଟକ ରଖି ଗଗନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଗଗନର ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ଏଥିରେ ଗଗନ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ। ଏହାପରେ ସେଠାରେ ଉଭୟଙ୍କ ପରିବାର ଲୋକଙ୍କୁ ବସାଇ ଗ୍ରାମବାସୀ ପ୍ରଜାକୋର୍ଟ କରିଥିଲେ।

ପ୍ରଜାକୋର୍ଟର ନିଷ୍ପତ୍ତିକ୍ରମେ ଗଗନ ଏବଂ ସମ୍ପୃକ୍ତ ମହିଳାଙ୍କୁ ଜବରଦସ୍ତ ଗାଁ ଦାଣ୍ଡରେ ଥିବା ଏକ ଫାଟକରେ ବାନ୍ଧି ଦେଇଥିଲେ । ରାତିସାରା ଉଭୟେ ସେଠାରେ ବନ୍ଧା ହୋଇ ରହିଥିଲେ। ପରଦିନ ସକାଳୁ ଖବର ପାଇ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ପରେ ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିଲେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।